ଦୃଷ୍ଟି ପରେ ଖାନ୍ ସାର୍‌ଙ୍କ କୋଚିଂ ସେଣ୍ଟରରେ ପଡ଼ିଲା ତାଲା

ନୂଆଦିଲ୍ଲୀ: ନିକଟରେ ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗରରେ ଥିବା ରାଓସ୍ କୋଚିଂ ସେଣ୍ଟରରେ ଦୁଇ ଜଣ ଛାତ୍ରୀ ଓ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଥିଲା । ଏମାନେ ବେସମେଣ୍ଟରେ ଥିବା ଲାଇବ୍ରେରୀରେ ପାଠ ପଢିବା ସମୟରେ ହଠାତ୍ ବନ୍ୟା ପାଣି ପଶିଯିବାରୁ ସେଥିରେ ବୁଡ଼ି ଯାଇଥିଲେ । ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କଲା ବେଳକୁ ସେମାନଙ୍କ ମୃତ୍ୟୁ ହୋଇ ଯାଇଥିଲା ।

ଏପରି ଏକ ସମ୍ବେଦନଶୀଳ ଘଟଣା ପରେ ସହରରେ ଥିବା ସମସ୍ତ କୋଚିଂ ସେଣ୍ଟର ଉପରେ ଚଢାଉ କରା ଯାଇଥିଲା । ମ୍ୟୁନିସପାଲ କର୍ପୋରେସନ ପକ୍ଷରୁ ଏହି ଚଢାଉ କରାଯାଇ ଦୃଷ୍ଟି ଆଇଏଏସ କୋଚିଂ ସେଣ୍ଟର ସମେତ ଭଜିରାମ, ରବି ଏବଂ ଶ୍ରୀରାମ କୋଚିଂ ସେଣ୍ଟରର ବେସମେଣ୍ଟକୁ ସିଲ୍ କରାଯାଇଛି । ଏମସିଡ଼ି ୮ଟି କୋଚିଂ ସେଣ୍ଟରର ବେସମେଣ୍ଟକୁ ସିଲ୍ କରିଥିବା ଜଣାପଡ଼ିଥିଲା । ସବୁଠାରୁ ଲୋକପ୍ରିୟ ଦୃଷ୍ଟି ଆଇଏଏସ କୋଚିଂ ସେଣ୍ଟର ବେସମେଣ୍ଟକୁ ସିଲ୍ କରାଯିବ ପରେ ଆଜି ଆଉ ଏକ ଲୋକପ୍ରିୟ କୋଚିଂ ସେଣ୍ଟରରେ ପଡ଼ିଛି ତାଲା ।

khan sir coaching center is locked

ବିହାରର ପାଟନାରେ କୋଚିଂ ପ୍ରତିଷ୍ଠାନ ଉପରେ ଏସ୍‌ଡିଓ ଟିମ ଚଢାଉ କରିଥିଲା । ଏହି କାର୍ଯ୍ୟ ପରେ ବର୍ତ୍ତମାନ ଏକ ବଡ ଅପଡେଟ୍ ଆସିଛି । ବିହାରର ପ୍ରସିଦ୍ଧ ଶିକ୍ଷାବିତ୍ ଖାନ ର୍ସାଙ୍କ କୋଚିଂ ପ୍ରତିଷ୍ଠାନକୁ ତାଲା ପକାଇ ଦିଆଯାଇଛି । ରାଜଧାନୀ ପାଟଣାର ବୋରିଂ ରୋଡ କ୍ୟାମ୍ପସରେ ତାଲା ପଡିଛି ।

କୋଚିଂ ସେଣ୍ଟରର ଗାର୍ଡ କହିଛନ୍ତି, କୋଚିଂର ମାଲିକ ଏହାକୁ ବନ୍ଦ କରିବାକୁ କହିଛନ୍ତି ଏବଂ ଯଦି ପିଲାମାନେ ଆସନ୍ତି ତେବେ ସେମାନଙ୍କୁ କୁହ ଯେ ବର୍ତ୍ତମାନ କୋଚିଂ ବନ୍ଦ ଅଛି । ଡିଏମ ଦ୍ୱାରା ଗଠିତ ସ୍ୱତନ୍ତ୍ର ଦଳ ଭିକାନା ପାହାଡିରେ ଖାନ ର୍ସାଙ୍କ କୋଚିଂ କ୍ୟାମ୍ପସରେ ପହଞ୍ଚିଥିଲେ । ଏସଡିଏମଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ପୋଲିସ ବାହିନୀ ତଦନ୍ତ ପାଇଁ ଆସିଥିଲେ ।

ଏହା ପରେ ଆଜି ବୋରିଂ ରୋଡ ଶାଖା ତାଲା ପଡ଼ିଛି । ଏଥି ସହିତ କୋଚିଂ ପ୍ରତିଷ୍ଠାନଗୁଡ଼ିକର ଅନୁସନ୍ଧାନ ବେଳେ ପ୍ରଶାସନିକ ଅଧିକାରୀମାନେ ଦସ୍ତାବିଜ ଦାବି କରିଥିଲେ । ସୁରକ୍ଷା ଦୃଷ୍ଟିକୋଣରୁ କୋଚିଂରେ କେଉଁ ସତର୍କତା ଅବଲମ୍ବନ କରାଯାଉଛି, ଏହାର ସମ୍ପୂର୍ଣ୍ଣ ବିବରଣୀ ପାଇଁ ପ୍ରଶାସନ କହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+