ଖାମେନେଇଙ୍କ କଡା ଚେତାବନୀ, ଆମେରିକା ଉପରେ ଭୟଙ୍କର ଆକ୍ରମଣ କରିବାକୁ ଯାଉଛି ଇରାନ

ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲି ଖାମେନେଇ ଆମେରିକାକୁ ପୁଣି କଡା ଚେତାବନୀ ଦେଇଛନ୍ତି । ଭବିଷ୍ୟତରେ ଇରାନ ଯେକୌଣସି ଆମେରିକୀୟ ଆକ୍ରମଣର କଡା ଜବାବ ଦେବାକୁ ପ୍ରସ୍ତୁତ ରହିଛି । ମଧ୍ୟପ୍ରାଚ୍ୟରେ ଆମେରିକୀୟ ସାମରିକ ଘାଟି ଉପରେ ଆକ୍ରମଣର ଉଚିତ ଜବାବ ଦେବ ଇରାନ ।

ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ପରେ ଖାମେନେଇ ପ୍ରଥମ ଥର ପାଇଁ ଏକ ସାକ୍ଷାତକାର ଦେଇଥିଲେ । ଏଥିରେ ତାଙ୍କର ଉଦ୍ଦେଶ୍ୟ ସ୍ପଷ୍ଟ କରି ଆମେରିକାକୁ ଚେତାବନୀ ଦେଇଛନ୍ତି ଖାମେନେଇ । ଖାମେନେଇ ଏହି ଚେତାବନୀ ସେହି ସମୟରେ ଦେଇଛନ୍ତି ଯେତେବେଳେ କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଯଦି ଇରାନ ପୁଣି ଥରେ ପରମାଣୁ କାର୍ଯ୍ୟକ୍ରମ ଆରମ୍ଭ କରେ, ତେବେ ଆମେରିକା ପୁଣି ଥରେ ଇରାନର ପରମାଣୁ ଘାଟି ଉପରେ ଆକ୍ରମଣ କରିବ ।

Khamenei

ପୂର୍ବରୁ ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘେଇ କହିଛନ୍ତି ଯେ ଇସ୍ରାଏଲ ଏବଂ ଆମେରିକାର ଆକ୍ରମଣ ଦ୍ୱାରା ଇରାନର ପରମାଣୁ ଘାଟି କ୍ଷତିଗ୍ରସ୍ତ ହୋଇଛି । କିନ୍ତୁ ଇରାନ ତା'ର ପରମାଣୁ କାର୍ଯ୍ୟକ୍ରମ ଜାରି ରଖିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+