ଭାରତକୁ ପୁଣି ଖାଲିସ୍ତାନୀ ଆତଙ୍କବାଦୀ ପନ୍ନୁର ଧମକ: ସଂସଦ ଉପରେ କରିବି ଆକ୍ରମଣ
Gurpatwant Singh Pannu Video: ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂହ ପନ୍ନୁ ପୁଣି ଥରେ ଭାରତରେ ଆକ୍ରମଣ କରିବାକୁ ଧମକ ଦେଇଛି । ଏକ ଭିଡିଓ ପୋଷ୍ଟ କରି ସେ ସଂସଦ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛି । ଭିଡିଓେ ପନ୍ନୁ କହିଛି ଯେ, ତାଙ୍କୁ ହତ୍ୟା କରିବାର ଷଡଯନ୍ତ୍ର ବିଫଳ ହୋଇଛି, ହେଲେ ଏହାର ପ୍ରତିଶୋଧ ନେବି । ବର୍ତ୍ତମାନ ଡିସେମ୍ବର 13 କିମ୍ବା ତା ପୂର୍ବରୁ ଭାରତ ସଂସଦ ଭବନେ ଉପରେ ଆତଙ୍କବାଦୀ ଆକ୍ରମଣ ହେବ । ଏହା ପୂର୍ବରୁ ୨୦୦୧ ମସିହା ଡିସେମ୍ବର ୧୩ ତାରିଖରେ ସଂସଦ ଭବନ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ।
ଏହି ଭିଡିଓରେ ଗୋଟିଏ ପଟେ ଖାଲିସ୍ତାନର ପତାକା ଏବଂ ଅନ୍ୟ ପଟେ ସଂସଦ ଆକ୍ରମଣ ଦୋଷୀ ଅଫଜଲ ଗୁରୁର ପୋଷ୍ଟର ରହିଛି। ଯେଉଁଥିରେ ଲେଖାଯାଇଛି, "ଦିଲ୍ଲୀ ବନେଗା ପାକିସ୍ତାନ"। ଭିଡିଓରେ ପନ୍ନୁ କହୁଛନ୍ତି, "ଭାରତୀୟ ଏଜେନ୍ସିମାନେ ମୋତେ ହତ୍ୟା କରିବାକୁ ଷଡଯନ୍ତ୍ର କରିଥିଲେ ହେଲେ ଏହା ବିଫଳ ହୋଇଛି । ବର୍ତ୍ତମାନ ଡିସେମ୍ବର 13 କିମ୍ବା ପୂର୍ବରୁ ସଂସଦ ଉପରେ ଆକ୍ରମଣ କରି ଏହାର ଜବାବ ଦିଆଯିବ। " ଏଥି ସହିତ ସତର୍କତା ଅବଲମ୍ବନ କରି ସୁରକ୍ଷା ଏଜେନ୍ସି ଏବଂ ଦିଲ୍ଲୀ ପୋଲିସ ରାଜଧାନୀରେ ସୁରକ୍ଷାକୁ କଡାକଡି କରିଛନ୍ତି।

ନିକଟରେ ଆମେରିକାର ଗୁପ୍ତଚର ଏଜେନ୍ସି ନିଖିଲ ଗୁପ୍ତା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ଅଭିଯୋଗ କରିଥିଲା ଯେ ଭାରତୀୟ ସୁରକ୍ଷା ଏଜେନ୍ସିଙ୍କ ନିର୍ଦ୍ଦେଶରେ ଏହି ବ୍ୟକ୍ତି ଜଣକ ଗୁରୁପତୱନ୍ତ ସିଂହ ପନ୍ନୁଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରୁଛି । ଏହା ପରେ ଭାରତ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ଏହାର ଅନୁସନ୍ଧାନ ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିଥିଲା। ଗୁରୁପତନ୍ତ ସିଂଙ୍କର ଉଭୟ କାନାଡା ଏବଂ ଆମେରିକାର ନାଗରିକତା ରହିଛି ।












Click it and Unblock the Notifications