ଡିଜିପି-ଆଇଜିପି ସମ୍ମିଳନୀ ପୂର୍ବରୁ ଧମକ ଦେଲା ଖଲିସ୍ତାନୀ ଆତଙ୍କବାଦୀ ଗୁରପତଓ୍ବନ୍ତ ସିଂହ ପନ୍ନୁନ, ସୁରକ୍ଷା ବୃଦ୍ଧି

ଭୁବନେଶ୍ଵରରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଡିଜିପି-ଆଇଜିପି ସମ୍ମିଳନୀକୁ ଭଣ୍ଡୁର କରିବାକୁ ଧମକ ଦେଇଛି ଖଲିସ୍ତାନୀ ଆତଙ୍କବାଦୀ ଗୁରପତଓ୍ବନ୍ତ ସିଂହ ପନ୍ନୁନ। ଏକ ଭିଡିଓ ବାର୍ତ୍ତା ଜାରି କରି ପନ୍ନୁନ ଏହି ଧମକ ଦେଇଛି। ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ଉପଦେଷ୍ଟା(ଏନଏସଏ) ଅଜିତ ଡୋଭାଲ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବାବେଳେ ପନ୍ନୁନର ଏହି ଧମକପୂର୍ଣ୍ଣ ବାର୍ତ୍ତାକୁ ନେଇ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି।

ପନ୍ନୁନ ଗୁରୁବାର ଏହି ଭିଡିଓ ବାର୍ତ୍ତା ଜାରି କରିଛି। ଭିଡିଓରେ ସେ କହିଛି ଯେ, ହିନ୍ଦୁତ୍ଵ ଚିନ୍ତାଧାରା ଅଧୀନରେ ଏହି ଡିଜିପି ସମ୍ମିଳନୀ କରାଯାଉଛି। ଖଲିସ୍ତାନ ଶିଖଙ୍କ ସମର୍ଥନକାରୀ, କାଶ୍ମୀରୀ ଯୋଦ୍ଧା, ଆତଙ୍କବାଦୀ ଏବଂ ମାଓବାଦୀଙ୍କୁ ହତ୍ୟା କରିବାକୁ ଯୋଜନା କରାଯାଉଛି। ମୋଦୀ-ଶାହ-ଡୋଭାଲ ଭୁବନେଶ୍ଵରକୁ ବଡ଼ ବିପଦ ଆଣୁଛନ୍ତି ବୋଲି ସେ କହିଛି। ଛଦ୍ମବେଶରେ ଆସି ଭୁବନେଶ୍ଵରର ମନ୍ଦିର, ହୋଟେଲରେ ଲୁଚି ରହି ଏହି ସମ୍ମିଳନୀକୁ ଭଣ୍ଡୁର କରିବାକୁ ପନ୍ନୁନ ଖଲିସ୍ତାନୀମାନଙ୍କୁ ଆହ୍ବାନ କରିଛି।

ତେବେ ଏଭଳି ଧମକପୂର୍ଣ୍ଣ ବାର୍ତ୍ତାକୁ ନେଇ ଡିଜିପି ଓ୍ବାଇ.ବି. ଖୁରାନିଆ କହିଛନ୍ତି ଯେ, ଯେକୌଣସି ପ୍ରକାର ଅଘଟଣକୁ ଏଡ଼ାଇବା ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+