'ହମାସ ପରି ଭାରତ ଉପରେ କରିବୁ ଆକ୍ରମଣ' ଧମକ ଦେଲା ଏହି ସଂଗଠନ
Khalistani terrorist: ଖାଲିସ୍ତାନୀ ଆତଙ୍କବାଦୀ ତଥା ସିଖ୍ ଫର୍ ଜଷ୍ଟିସର ମୁଖ୍ୟ ଗୁରପାତୱନ୍ତ ସଂହ ପନ୍ନୁ ଭାରତକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ହମାସ ଯେପରି ଇସ୍ରାଏଲ ଉପରେ ଆକ୍ରମଣ କରିଛି ସେପରି ସେମାନେ ମଧ୍ୟ ଭାରତ ଉପରେ ଆକ୍ରମଣ କରିବେ।
ଖାଲିସ୍ତାନୀ ଆତଙ୍କବାଦୀ ଏକ ନୂଆ ଭିଡିଓ ଜାରି କରି ଭାରତ ସରକାର ଏବଂ ପଞ୍ଜାବ୍ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ଚେତାବନୀ ଦେଇଛନ୍ତି। ଇସ୍ରାଏଲରେ ହମାସ ଆକ୍ରମଣରୁ ପନ୍ନୁ ଏକ ଶିକ୍ଷା ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ।

ଖାଲିସ୍ତାନୀ ଆତଙ୍କବାଦୀ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହା ହେଉଛି ଏକ 40 ସେକେଣ୍ଡ ଭିଡିଓ ଯେଉଁଥିରେ
ଗୁରପାତୱନ୍ତ ସଂହ ପନ୍ନୁ ଭାରତ ବିରୋଧରେ ଅନେକ କଥା କହୁଥିବାର ଦେଖିବା ପାଇଁ ମିଳିଛି । ଏହି ଭିଡିଓରେ ପନ୍ନୁ ପଞ୍ଜାବକୁ ଭାରତର ଏକ ଅଂଶ ଭାବରେ ଗ୍ରହଣ କରିନାହାଁନ୍ତି ଏବଂ ଏହାକୁ ମୁକ୍ତ କରିବାକୁ ଦାବି କରିଛନ୍ତି ଅର୍ଥାତ୍ ସେ ଦାବି କରିଛନ୍ତି ଯେ ପଞ୍ଜାବ ଭାରର ଅଂଶ ନୁହେଁ ।
ଏହି ଭିଡିଓରେ ଖାଲିସ୍ତାନୀ ଆତଙ୍କବାଦୀ ପନ୍ନୁ କହିଛନ୍ତି, ଆଜି ଇସ୍ରାଏଲକୁ ପାଲେଷ୍ଟାଇନ ଦ୍ୱାରା ଆକ୍ରମଣ କରାଯାଉଛି । ଏହି ଆକ୍ରମଣରୁ ପିଏମ ମୋଦି କିଛି ଶିଖିବା ଉଚିତ୍। ଇସ୍ରାଏଲର ପରି ଭାରତ ପଞ୍ଜାବ ଉପରେ ନିୟନ୍ତ୍ରଣ ହାସଲ କରିଛି। ଯଦି ଭାରତ ହିଂସା ଆରମ୍ଭ କରେ, ତେବେ ଆମେ ମଧ୍ୟ ହିଂସା ଆରମ୍ଭ କରିବୁ।
ଭିଡିଓରେ ପନ୍ନୁ ଆହୁରି କହିଛନ୍ତି, ଯଦି ଭାରତ ପଞ୍ଜାବ ଉପରେ ଆକ୍ରମଣ ଜାରି ରଖେ, ତେବେ ନିଶ୍ଚିତ ଭାବେ ପ୍ରତିକ୍ରିୟା ପ୍ରକାଶ ପାଇବ। ଏଥିପାଇଁ ମୋଦି ଏବଂ ଭାରତ ସରକାର ଦାୟୀ ରହିବେ। ଶିଖ୍ ଫର ଜଷ୍ଟିସ୍ ମତଦାନା ଉପରେ ବିଶ୍ୱାସ କରେ । ଭୋଟ୍ ଉପରେ ବିଶ୍ୱାସ କରେ । ପଞ୍ଜାବ ଭାରତଠୁ ଅଲଗା ହେବାର ଦିନ ପାଖେଇ ଆସିଛି। ଆପଣ ଭୋଟ୍ ଚାହୁଁଛନ୍ତି ନା ବନ୍ଧୁକ ଗୁଳି ଚାହୁଁଛନ୍ତି ।
ଆହୁରି ମଧ୍ୟ ଆତଙ୍କବାଦୀ ପନ୍ନୁ କହିଛନ୍ତି ଯେ, ଯଦି ପଞ୍ଜାବରେ ରହୁଥିବା ଲୋକମାନେ ପାଲେଷ୍ଟାଇନ ପରି ହିଂସା ଆରମ୍ଭ କରନ୍ତି, ତେବେ ପରିସ୍ଥିତି ବିନାଶକାରୀ ହୋଇଯିବ। ପନ୍ନୁ କହିଛନ୍ତି ଯେ ଭାରତ ପଞ୍ଜାବକୁ ମୁକ୍ତ କରିବା ଉଚିତ। ଯଦି ଭାରତ ଏହା ନକରେ ତେବେ ଇସ୍ରାଏଲ ପରି ଏକ ଭୟଙ୍କର ଦୃଶ୍ୟ ମଧ୍ୟ ଦେଖିବାକୁ ପଡ଼ିବ ।
ଖାଲିସ୍ତାନୀ ଆତଙ୍କବାଦୀ ପନ୍ନୁଙ୍କ ଏହି ଭିଡିଓ ରିଲିଜ୍ ହେବା ପରେ ସୋସିଆଲ ମିଡିଆରେ ଅନେକ ପ୍ରତିକ୍ରିୟା ଦେଖିବା ପାଇଁ ମିଳୁଛି ।
ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ସୁଶାନ୍ତ ସରିନ ଲେଖିଛନ୍ତି ଯେ ବର୍ତ୍ତମାନ ଏହି ଖାଲିସ୍ତାନୀ ଆତଙ୍କବାଦୀଙ୍କ ଧମକ ଉପରେ ଆମେରିକା ଏବଂ କାନାଡା ସରକାର କ'ଣ କହିବାକୁ ଚାହାଁନ୍ତି?












Click it and Unblock the Notifications