ଖଲିସ୍ତାନୀ ନେତା ଅମୃତପାଲ ସିଂର ସହଯୋଗୀ ଗିରଫ, ହରିୟାଣାରୁ ହେଲା ଆରେଷ୍ଟ
Amritpal Singh:ଖଲିସ୍ତାନୀ ନେତା ତଥା ପଳାତକ ଘୋଷିତ ହୋଇଥିବା ଅମୃତପାଲ ସିଂର ସହଯୋଗୀ ପାପାଲପ୍ରୀତ ସିଂହ ଗିରଫ । ପୋଲିସର ଗୁଇନ୍ଦା ବିଭାଗ ହରିୟାଣାରୁ ତାକୁ ଗିରଫ କରିଛି । ଅନ୍ୟପଟେ ଏପର୍ଯ୍ୟନ୍ତ ମିଳି ପାରୁନାହିଁ ଅମୃତପାଲ ସିଂର ପତ୍ତା ।
ମାର୍ଚ୍ଚ ୧୮ରୁ ପୋଲିସ କବଳରୁ ଖସିଯାଇଛି ଖଲିସ୍ତାନୀ ନେତା ଅମୃତପାଲ ସିଂ । ୱାରିସ ଦେ ପଞ୍ଜାବ ମୁଖ୍ୟ ଅମୃତପାଲ ସିଂହକୁ ଧରିବା ପାଇଁ ପଞ୍ଜାବ ପୋଲିସ୍ ଯଥାସମ୍ଭବ ଚେଷ୍ଟା କରୁଛି । କିନ୍ତୁ ବାରମ୍ବାର ସେ ଫେରାର୍ ହେଉଛି । ଏହାରି ମଧ୍ୟରେ ଅମୃତପାଲ ସିଂହ ଏବଂ ପାପାଲପ୍ରୀତର ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି । ପଞ୍ଜାବ ଏବଂ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲର ମିଳିତ ଉଦ୍ୟମରେ ପାପାଲପ୍ରୀତ ସିଂହକୁ ହୋଶିଆରପୁରରୁ ଗିରଫ କରାଯାଇଛି ।

ଗିରଫ ପରେ କଡ଼ା ସୁରକ୍ଷାବଳୟ ମଧ୍ୟରେ ପାପାଲପ୍ରୀତ ସିଂହକୁ ପଞ୍ଜାବ ପୋଲିସ ମୁଖ୍ୟାଳୟକୁ ନିଆଯାଇଥିବା ନେଇ ସୂଚନା ରହିଛି । ବର୍ତ୍ତମାନ ପୋଲିସ ଟାର୍ଗେଟରେ ରହିଛି ଅମୃତପାଲ ସିଂ । ହେଲେ ଏପର୍ଯ୍ୟନ୍ତ ମିଳି ପାରୁ ନାହିଁ ପତ୍ତା ।
ସୂଚନାଥାଉ ଯେ, ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ସମର୍ଥକ ମାର୍ଚ୍ଚ ୧୮ ରୁ ଫେରାର୍ ଅଛି । ନିକଟରେ ସେ ଏକ ଭିଡିଓ ରିଲିଜ୍ କରି କହିଛି ଯେ ସେ ପଳାତକ ନୁହେଁ ଏବଂ ସେ ଖୁବଶୀଘ୍ର ଦୁନିଆ ସାମ୍ନାକୁ ଆସିବ । ସେ ଏହି ଭିଡିଓକୁ ତାର ୟୁଟ୍ୟୁବ ଚ୍ୟାନେଲରେ ପୋଷ୍ଟ କରିଥିଲା ।
ସେହିପରି ଅମୃପାଲ ସିଂକୁ ଧରିବା ପାଇଁ ପଞ୍ଜାବ ପୋଲିସ ତାର ଉଦ୍ୟମ ଜାରି ରଖିଛି । ଏପ୍ରିଲ୍ ୧୪ ପର୍ଯ୍ୟନ୍ତ ପଞ୍ଜାବର ସମସ୍ତ ପୋଲିସଙ୍କ ଛୁଟି ବାତିଲ କରାଯାଇଛି ।












Click it and Unblock the Notifications