ଖଲିସ୍ତାନ ନେତା ଅମୃତପାଲ ସିଂକୁ ପଳାତକ ଘୋଷଣା କଲା ପୋଲିସ, ପଞ୍ଜାବରେ ଇଣ୍ଟରନେଟ୍ ସେବା ବନ୍ଦ

ଖଲିସ୍ତାନ ନେତା ଅମୃତପାଲ ସିଂକୁ ପଳାତକ ଘୋଷଣା କଲା ପୋଲିସ ।

 amritpal singh

ପଞ୍ଜାବ: ଅମୃତପାଲ ସିଂକୁ ପଳାତକ ବୋଲି ଘୋଷଣା କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଅମୃତପାଲ ସିଂଙ୍କ ୭୮ ଜଣ ସମର୍ଥକଙ୍କୁ ଗିରଫ କରାଯାଇଛି । ଏହା ସହ ତାଙ୍କର ଦୁଇଟି କାର ମଧ୍ୟ ଜବତ କରାଯାଇଛି ବୋଲି ଜଳନ୍ଦର ପୋଲିସ କମିଶନର ସୂଚନା ଦେଇଛନ୍ତି । ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଛି । ଆଜି ମଧ୍ୟାହ୍ନ ୧୨ଯାଏଁ ପଞ୍ଜାବରେ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ ରହିବ । ସେପଟେ ଏହି ଘଟଣା ଉପରେ ପୁରା ନଜର ରଖାଯାଇଛି ବୋଲି କହିଛି ଗୃହ ମନ୍ତ୍ରଣାଳୟ ।

ସୂଚନାଥାଉ ଯେ, ଅମୃତପାଲ ସିଂ ବିରୋଧରେ ମୋଟ୍ ୩ଟି ମାମଲା ରୁଜୁ କରାଯାଇଛି । ଜଲନ୍ଦର ସମେତ ଅନେକ ଜିଲ୍ଲାରେ ଧାରା ୧୪୪ ଲାଗୁ ହେବା ସହ ଅମୃତସର ସମେତ ଅନେକ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇଛି । ସେହିପରି ଅମୃତପାଲଙ୍କ ଗାଁରେ ମଧ୍ୟ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଅମୃତପାଲ ସିଂ କିଏ ?
ଅମୃତପାଲ ସିଂ ଜଣେ ଖଲିସ୍ତାନ ସମର୍ଥକ । 'ୱାରିସ୍ ପଞ୍ଜାବ ଦେ'ସଂଗଠନର ମୁଖ୍ୟ । ସେ ଅମୃତସରର ଜାଲ୍ଲୁପୁରର ବାସିନ୍ଦା ସୂଚନାଅନୁସାରେ, ସେ ଦୁବାଇରେ ୧୦ ବର୍ଷ ରହିବା ପରେ ୨୦୨୨ରେ ଭାରତକୁ ଫେରିଥିଲେ । ପଞ୍ଜାବର ଅଧିକାର ପାଇଁ 'ୱାରିସ୍ ପଞ୍ଜାବ ଦେ'ନାମକ ଏକ ସଂଗଠନ କରାଯାଇଥିଲା । ଯାହାକୁ ଦୀପ ସିଦ୍ଧୁଙ୍କ ଦ୍ୱାରା ଗଠନ କରାଯାଇଥିଲା ତାଙ୍କ ମୃତ୍ୟୁ ପରେ ଅମୃତପାଲ ସିଂ ଏହି ଦଳର ମୁଖିଆ ସାଜିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+