ଜେଲରୁ ବାହାରିଲେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ , ଦେଶବାସୀଙ୍କୁ ଦେଲେ ଏମିତି ବାର୍ତ୍ତା
ବାଂଲାଦେଶରେ ୧୫ ବର୍ଷ ଧରି ଶାସନ କରୁଥିବା ଶେଖ ହସିନା ସରକାର ଭୁଶୁଡ଼ିବା ପରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ ଜେଲରୁ ବାହାରିଛନ୍ତି। ସୋମବାର ପ୍ରଧାନମନ୍ତ୍ରର ଶେଖ ହସିନା ଦେଶରେ ଜାରି ରହିଥିବା ହିଂସାତ୍ମକ ବିକ୍ଷୋଭ ଦେଖି ନିଜ ପଦ ଛାଡ଼ିବା ସହ ବାଂଲାଦେଶ ଛାଡ଼ିଥିଲେ। ସେ ବାଂଲାଦେଶ ଛାଡ଼ିବା ସହ ଦେଶରେ ଚାଲିଥିବା ତାଙ୍କ ସରକାରଙ୍କ କାର୍ଯ୍ୟକାଳରେ ବିରାମ ଲାଗିଥିଲା। ସେ ଦେଶ ଛାଡ଼ିବା ମାତ୍ରେ ଜିଆଙ୍କୁ ଜେଲଦଣ୍ଡରୁ ମୁକ୍ତ କରିବାକୁ ଅନୁମତି ମିଳିଥିଲା।

ଜେଲରୁ ବାହାରିବା ପରେ ସେ ଆଜି ନିଜର ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି। ସେ ଦେଶବାସୀଙ୍କୁ ଗୋଟିଏ ଗଣତାନ୍ତ୍ରିକ ବାଂଲାଦେଶ ଗଠନ କରିବାକୁ ଅନୁରୋଧ କରିଛନ୍ତି। ଏଥିସହ ସବୁ ଧର୍ମକୁ ସମ୍ମାନ ଦେବାକୁ କହିଛନ୍ତି।
ହସ୍ପିଟାଲ ବେଡରୁ ଜାରି କରାଯାଇଥିବା ଗୋଟିଏ ଭିଡିଓ ବାର୍ତ୍ତାରେ ଖାଲେଦା ଜିଆ କହିଛନ୍ତି, "ଆପଣମାନେ ମୋ ସ୍ୱାସ୍ଥ୍ୟାବସ୍ଥା ପାଇଁ ପ୍ରାର୍ଥନା କରୁଥିବାରୁ ମୁଁ ଆଜି ଆପଣମାନଙ୍କୁ ସମ୍ବୋଧନ କରିବାକୁ ସକ୍ଷମ ହୋଇଛି। ଆଲ୍ଲାଙ୍କ ଆଶୀର୍ବାଦ ଯୋଗୁ ଏହା ସମ୍ଭବ ହୋଇପାରିଛି।
ଆମେମାନେ ଏହି ଫାଶୀବାଦ ସରକାର ଠାରୁ ସ୍ୱାଧୀନତା ପାଇଛୁ। ଯେଉଁ ସାହାସୀମାନେ ବଳିଦାନ ଦେଇଛନ୍ତି, ସେମାନଙ୍କ ପାଇଁ ଶୋକ ପ୍ରାର୍ଥନା କରୁଛି। ଏବେ ଆମକୁ ଏହି ବିଜୟରୁ ଗୋଟିଏ ନୂଆ ବାଂଲାଦେଶ ଗଠନ କରିବାକୁ ପଡ଼ିବ। ଏହି ନୂଆ ବାଂଲାଦେଶରେ ଯୁବଗୋଷ୍ଠୀ ଓ ଶିକ୍ଷାର୍ତୀ ନୂଆ ଆଶାର କିରଣ ଭାବେ ଉଭା ହେବେ।"












Click it and Unblock the Notifications