ନିପା ଭାଇରସ ନେଲା ଆଉ ଏକ ଜୀବନ

ନୂଆଦିଲ୍ଲୀ: ନିପା ଭାଇରସ ନେଲା ଆଉ ଏକ ଜୀବନ । କେରଳରେ ଆତଙ୍କ ସୃଷ୍ଟି କରିଥିବା ନିପା ଭାଇରସ ଜଣେ ୧୪ ବର୍ଷୀୟ ପିଲାର ଜୀବନ ନେଇଛି । ଦିନକ ତଳେ ପିଲାଟି ନିପା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ଏହାପରେ ମାଲାପୁରମ ଜିଲ୍ଲାର ଏହି ପିଲାଟିର ଚିକିତ୍ସା ଆରମ୍ଭ ହୋଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଆଜି ତା'ର ମୃତ୍ୟୁ ହୋଇଥିବା କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଆଖି ବୁଜିଥିବା ୧୪ ବର୍ଷୀୟ ନାବାଳକ ଜଣକ କେରଳ ଅଧିବାସୀ । ସେ ନିପା ଭାଇରସ ସଂକ୍ରମଣରେ ଆସି ଅସୁସ୍ଥ ହୋଇପଡ଼ିବା ପରେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା । ନାବାଳକ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାକୁ ଭେଣ୍ଟିଲେଟରରେ ରଖାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ରବିବାର କୋଝିକୋଡ ମେଡିକାଲ କଲେଜ ହସ୍ପିଟାଲରେ ନାବାଳକର ମୃତ୍ୟୁ ଘଟିଛି ।

nipah virus

ଡାକ୍ତରଙ୍କ କହିବାନୁସାରେ, ନାବାଳକର ରକ୍ତ ଚାପ ହ୍ରାସ ପାଇଥିଲା । ଆଜି ସକାଳେ ତାର ପରିସ୍ରା ମଧ୍ୟ ହୋଇନଥିଲା । ଏହାସହିତ ନାବାଳକର ଆଭ୍ୟନ୍ତରୀଣ ରକ୍ତସ୍ରାବ ହୋଇଥିଲା । ଏଥିଯୋଗୁଁ ରବିବାର ସକାଳ ପ୍ରାୟ ୧୦ଟା ୫୦ ମିନିଟରେ ହୃଦଘାତ ଯୋଗୁଁ ନାବାଳକ ଆଖି ବୁଜିଛି । କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି, ଏକ ଘରୋଇ ଡାକ୍ତରଖାନାରେ ନିପା ଭାଇରସରେ ଚିକିତ୍ସିତ ହେଉଥିବା ଶିଶୁର ମୃତ୍ୟୁ ଘଟିଛି । ସେପ୍ଟମ୍ବର ୨୦୨୩ ପରେ କେରଳରେ ଏହି ସଂକ୍ରମଣ ମାମଲା ପୁଣି ସାମ୍ନାକୁ ଆସିଥିଲା ।

ସ୍ୱାସ୍ଥ୍ୟ ବିଭାଗ କହିଛି, ପିଲାଟି ମେ ୧୨ରେ ଚିକିତ୍ସା ପାଇଁ ଏକ ଘରୋଇ କ୍ଲିନିକକୁ ଯାଇଥିଲା । ମେ ୧୫ରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଶିଶୁର ମୃତ୍ୟୁ ପରେ କେରଳ ସରକାର ସତର୍କତା ଅବଲମ୍ବନ କରିବା ଆରମ୍ଭ କରିଛନ୍ତି । ସୂଚନାନୁସାରେ, ପ୍ରାୟ ୨୫ ବର୍ଷ ପୂର୍ବେ ମାଲେସିଆରୁ ନିପା ଭାଇରସ ଚିହ୍ନଟ ହୋଇଥିଲା । ଏହାପରେ ବାଲାଂଦେଶ, ଭାରତ ଏବଂ ସିଙ୍ଗାପୁରରେ ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଭାରତର କେରଳ ସମେତ ଏସିଆର ଅନେକ ସ୍ଥାନରେ ଚିନ୍ତାର କାରଣ ସାଜିଛି ନିପା ଭାଇରସ । ତେବେ ଏହି ଭାଇରସରୁ ବର୍ତ୍ତିବା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର ଭ୍ୟାକ୍ସିନ ବାହାରି ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+