କେରଳରେ ନୂଆ ମଙ୍କିପକ୍ସ ମାମଲା ଚିହ୍ନଟ
କେରଳରେ ଗୋଟିଏ ପରେ ଗୋଟିଏ ମାମଲା ଚିହ୍ନଟ ହେବାରେ ଲାଗିଛି । ଆଜି ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 7 କୁ ବୃଦ୍ଧି ପାଇଛି ।
ଥିରୁଅନନ୍ତପୁରମ: ଦେଶରେ କରୋନା ପରେ ଆତଙ୍କ ସୃଷ୍ଟି କରିଛି ମଙ୍କିପକ୍ସ । ବର୍ତ୍ତମାନ କେରଳରେ ଗୋଟିଏ ପରେ ଗୋଟିଏ ମାମଲା ଚିହ୍ନଟ ହେବାରେ ଲାଗିଛି । ଆଜି ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ମୋଟ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 7କୁ ବୃଦ୍ଧି ପାଇଛି ।

ଜୁଲାଇ 27 ତାରିଖରେ ୟୁଏଇରୁ ଆସି 30 ବର୍ଷୀୟ ଆକ୍ରାନ୍ତ ଯୁବକ କୋଝିକୋଡ଼ ବିମାନବନ୍ଦରରେ ପହଞ୍ଚିଥିଲେ । ଏହାପରେ ତାଙ୍କ ଶରୀରରେ ଲକ୍ଷଣ ଦେଇଥିଲା । ଫଳରେ ପରିବାର ଲୋକ ତାଙ୍କୁ ପରୀକ୍ଷା କରାଇଥିଲେ। ଆକ୍ରାନ୍ତ ଜଣକ ତାଙ୍କର ମଲ୍ଲପୁରମ ସ୍ଥିତ ପରିବାର ଓ କିଛି ବନ୍ଧୁ ତାଙ୍କ ସଂସ୍ପର୍ଶରେ ଆସିଥିଲେ । ସେ ମୋଟ 20 ଜଣଙ୍କ ସଂସ୍ପର୍ଶରେ ଆସିଥିବା ଖବର ମିଳିଛି । ତେବେ ସନ୍ଦେହରେ ସେମାନଙ୍କ ଉପରେ ନିରୀକ୍ଷଣ ରଖାଯାଇଛି । ସେମାନଙ୍କୁ ଆଇସୋଲେଶନରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ତେବେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି କେରଳ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଚିନ୍ତା ବଢାଇଛି ।
ଗତ ମାସରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍କିପକ୍ସ ପ୍ରକୋପକୁ ଆନ୍ତର୍ଜାତୀୟ ଚିନ୍ତାଧାରାର ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ବୋଲି ଘୋଷଣା କରିଥିଲା। ବର୍ତ୍ତମାନ ଭାରତ ସମେତ 72ଟି ଦେଶରେ ସଂକ୍ରମଣ ପ୍ରାୟ 16 ହଜାର ଲୋକଙ୍କୁ ପ୍ରଭାବିତ କରିବା ପରେ ସର୍ବୋଚ୍ଚ ସତର୍କ ସ୍ତରଘୋଷଣା କରାଯାଇଛି।












Click it and Unblock the Notifications