ଆମ୍ବଲାନ୍ସକୁ ଛାଡ଼ିଲେନି ବାଟ, କାର୍ ମାଲିକଙ୍କ ଉପରେ ଅଢେଇ ୨.୫ ଲକ୍ଷ ଫାଇନ୍ ଲଗାଇଲେ ସରକାର

କେରଳ : ରାସ୍ତାରେ ଆମ୍ବୁଲାନ୍ସକୁ ରାସ୍ତା ନ ଛାଡ଼ିବାରୁ ଏକ କାର୍ ଉପରେ କେରଳ ସରକାର ଅଢେଇ ଲକ୍ଷ ଟଙ୍କାର ଜୋରିମାନା ଲଗାଇଛନ୍ତି। ଏଭଳି ଉଦାହରଣ ମୂଳକ ପଦକ୍ଷେପ ନେଇ କେରଳର ସ୍ଥାନୀୟ ପ୍ରଶାସନ କାର୍ ମାଲିକଙ୍କ ଘରକୁ ଯାଇ ତାଙ୍କ ହାତରେ ଏହି ଜରିମାନା ଧରାଇଛନ୍ତି।

2 5 lakh fine

ଥ୍ରିସୁର ମେଡିକାଲ କଲେଜକୁ ରୋଗୀ ନେଇ ଯାଉଥିବା ଏକ ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ି ନଥିଲେ କାର ଚାଳକ। ଆମ୍ବୁଲାନ୍ସରେ ବସିଥିବା ପାରାମେଡିକାଲ ଷ୍ଟାଫ ଏହି ସମୟର ଭିଡିଓ ରେକର୍ଡ କରିଥିଲେ। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଏକ ସଂକୀର୍ଣ୍ଣ, ଦୁଇ ଲେନ ବିଶିଷ୍ଟ ରାସ୍ତାରେ ଯାଉଥିବାବେଳେ ଆମ୍ବୁଲାନ୍ସ ଆଗରେ ଏକ ଧଳା ମାରୁତି ସୁଜୁକି ସିଆଜ କାର ଯାଉଥିଲା। ଆମ୍ବୁଲାନ୍ସର ସାଇରନ୍ ଓ ଡ୍ରାଇଭରଙ୍କ ବାରମ୍ବାର ହର୍ଣ୍ଣକୁ କାର ଚାଳକ ଆଦୌ ଭୃକ୍ଷେପ କରୁନଥିଲେ। ଦୁଇ ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ ସେ ଆମ୍ବୁଲାନ୍ସର ଆଗେ ଆଗେ ଯାଇଥିଲେ। ଶେଷରେ ଡାହାଣପଟେ ସାମାନ୍ୟ ଫାଙ୍କା ରାସ୍ତା ଦେଖି ଆମ୍ବୁଲାନ୍ସ ଚାଳକ ଏହାକୁ ଓଭର-ଟେକ୍ କରିଥିଲେ।

ଏହି ପ୍ରମାଣ ସାମ୍ନାକୁ ଆସିବା ପରେ କେରଳ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କାର ଚାଳକଙ୍କ ବିରୋଧରେ ଏଭଳି ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ବ୍ୟାପକ ପ୍ରଶଂସା କରାଯାଇଛି। ରାସ୍ତାରେ ଅତ୍ୟାବଶ୍ୟକ ସେବା ପାଇଁ ପଥକୁ ସୁଗମ କରିବାକୁ ଏଭଳି ପଦକ୍ଷେପ ନିହାତି ଆବଶ୍ୟକ ବୋଲି ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ପ୍ରତିକ୍ରିୟା ରଖିଛନ୍ତି ୟୁଜର୍ସ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+