କେରଳ ସବୁଠାରୁ ଦୁର୍ବଳ ରାଜ୍ୟ, କେରଳକୁ ନେଇ ସୁପ୍ରିମକୋର୍ଟରେ ଏଭଳି ଜବାବ ରଖିଲା କେନ୍ଦ୍ର
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ କେରଳ ରାଜ୍ୟର ଆବେଦନକୁ ଜବାବ ଦେଇ କେନ୍ଦ୍ର ସରକାର କହିଛନ୍ତି ଯେ କେରଳ ସବୁଠାରୁ ଅର୍ଥନୈତିକ ଦୁର୍ବଳ ରାଜ୍ୟମାନଙ୍କ ମଧ୍ୟରେ ରହିଛି । କେରଳ ସରକାର କୋର୍ଟରେ ଯାଚିକା ଦାଖଲ ବେଳେ କେନ୍ଦ୍ର ଉପରେ ଅଭିଯୋଗ ଆଣିଥିଲେ କି, କେନ୍ଦ୍ର, ରାଜ୍ୟର ଅର୍ଥବ୍ୟବସ୍ଥା ଉପରେ ହସ୍ତକ୍ଷେପ କରି ଗଭୀର ଅର୍ଥସଙ୍କଟ ଆଡକୁ ଠେଲି ଦେଉଛି । ଯେକୌଣସି ରାଜ୍ୟକୁ ନିଜ ବଜେଟ ଓ ଋଣ ମାଧ୍ୟମରେ ନିଜର ଆର୍ôଥକବ୍ୟବସ୍ଥାକୁ ଦେଖିବାର ଅଧିକାର ରହିଛି । କିନ୍ତୁ କେନ୍ଦ୍ର ସରକାର ଏପରି ନିୟମ ଆଣିଛନ୍ତି ଯାହାଲାଗି ରାଜ୍ୟ ଦାରିଦ୍ର୍ୟ ଆଡକୁ ଗତି କରୁଛି ।
ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ କହିଛି ଯେ ପରିଚାଳନା ଅଭାବରୁ କେରଳ ଅର୍ଥନୈତିକ ସମସ୍ୟାର ସମ୍ମୁଖୀନ ହେଉଛି ଏବଂ ଏହା ଆର୍ôଥକ ଦୃଷ୍ଟିରୁ ଦୁର୍ବଳ ଥିବା ରାଜ୍ୟମାନଙ୍କ ମଧ୍ୟରେ ରହିଛି । କେରଳର ଆର୍ôଥକ ପରିଚାଳନାରେ ଅନେକ ତ୍ରୁଟି ରହିଛି ବୋଲି କେନ୍ଦ୍ର କହିଛି । କେନ୍ଦ୍ର କହିଛି ଯେ ଏହାର ଜିଏସଡିପି ତୁଳନାରେ ରାଜ୍ୟର ଦାୟିତ୍ୱ କ୍ରମାଗତ ଭାବେ ବୃଦ୍ଧି ପାଉଛି । ୨୦୧୮-୧୯ ରେ ଏହା ୩୧ ପ୍ରତିଶତ ଥିଲା, ଯାହାକି ମାତ୍ର ଦୁଇ ବର୍ଷରେ ୩୯ ପ୍ରତିଶତକୁ ବୃଦ୍ଧି ପାଇଛି । ଯେଉଁଠାରେ ଅନ୍ୟ ରାଜ୍ୟଗୁଡିକର ହାରାହାରି ପ୍ରାୟ ୩୦ ପ୍ରତିଶତ ଅଟେ ।

ରାଜସ୍ୱ ତୁଳନାରେ ଭିତ୍ତିଭୂମି ଉପରେ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇଛି ବୋଲି କେନ୍ଦ୍ର କହିଛି । ୨୦୧୮-୧୯ ରେ ଏହା ୭୪ ପ୍ରତିଶତ ଥିଲା, ଯାହା ବର୍ତ୍ତମାନ ୮୨ ପ୍ରତିଶତକୁ ବୃଦ୍ଧି ପାଇଛି । ଏଭଳି ପରିସ୍ଥିତିରେ ଭିତ୍ତିଭୂମି ନିର୍ମାଣ ପାଇଁ ଋଣ ନେଇ ରାଜ୍ୟ ଦୀର୍ଘକାଳୀନ ୠଣରେ ଫସି ରହିଛି । ଏହି ଅର୍ଥନୈତିକ ସଙ୍କଟ ଶୀଘ୍ର ଶେଷ ହେବ ନାହିଁ । ରାଜ୍ୟର ରାଜସ୍ୱ ନିଅଣ୍ଟ ସର୍ବାଧିକ । କୌଣସି ଉତ୍ପାଦନକାରୀ ଯୋଜନାରେ ଅର୍ଥ ବିନିଯୋଗ କରିବା ପରିବର୍ତ୍ତେ ରାଜ୍ୟ ନିୟମିତ କାର୍ଯ୍ୟ ପାଇଁ ଋଣ ନେବାକୁ ଚାହୁଁଛି ଯେଉଁଥିରେ ଦରମା, ପେନ୍ସନ୍ ଏବଂ ସୁଧ ପ୍ରଦାନ ଅନ୍ତର୍ଭୁକ୍ତ ରହିଛି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications