Get Updates
Get notified of breaking news, exclusive insights, and must-see stories!

’ ସାକ୍ଷରତା, ଶିକ୍ଷା ଏବଂ ଜ୍ଞାନର ଶକ୍ତି ଯୋଗୁଁ କେରଳ ଅଗ୍ରଣୀ ରାଜ୍ୟ ହୋଇପାରିଛି '

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, କେରଳ' ସାକ୍ଷରତା, ଶିକ୍ଷା ଏବଂ ଜ୍ଞାନର ଶକ୍ତି ଯୋଗୁଁ ମାନବ ବିକାଶ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ହୋଇପାରିଛି । କେରଳର ପାଲା ସ୍ଥିତ ସେଣ୍ଟ ଥୋମାସ୍‍ କଲେଜ୍‍ର ପ୍ଲାଟିନମ୍‍ ଜୁବଲୀ ସମାରୋହରେ ଆଜି ଯୋଗଦେଇ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ଚଳିତ ଶତାବ୍ଦୀ ହେଉଛି ଜ୍ଞାନର ଶତାବ୍ଦୀ ।

ଜ୍ଞାନ' ସମାଜକୁ ବିକାଶ ଦିଗରେ ଆଗେଇ ନେଇଥାଏ ଏବଂ ଆତ୍ମନିର୍ଭର କରାଇଥାଏ । ରାଷ୍ଟ୍ରପତି ମୁର୍ମୁ ପୂର୍ବତନ ରାଷ୍ଟ୍ରପତି କେ.ଆର୍‍. ନାରାୟଣନ୍‍ଙ୍କ ଜୀବନଯାତ୍ରାର ସ୍ମୃତିଚାରଣ କରି କହିଥିଲେ, ସାଧାରଣ ପରିବାରରୁ ଜୀବନଯାତ୍ରା ଆରମ୍ଭ କରି ସେ ଉଚ୍ଚଶିଖରରେ ପହଞ୍ôଚପାରିଥିଲେ । ଏହି କଲେଜ୍‍ ଠାରୁ କିଛି କିଲୋମିଟର ଦୂରରେ ନାରାୟଣନ୍‍ଙ୍କର ଗ୍ରାମ ଥିଲା ।

president

ସେଣ୍ଟ ଥୋମାସ୍‍ କଲେଜ୍‍, ନୀତିଶିକ୍ଷା ଏବଂ ବୁଦ୍ଧିମତ୍ତା ଏବଂ ପ୍ରଜ୍ଞାର ଗନ୍ତାଘର ବୋଲି ସେ କହିବା ସହ ଏହାର ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । କେରଳର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର୍‍, କେନ୍ଦ୍ର ମନ୍ତ୍ରୀ ଜର୍ଜ କୁରିୟନ୍‍ ଏବଂ କେରଳ ମନ୍ତ୍ରୀ ଭି.ଏନ୍‍ ଭାସାଭନ୍‍ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ରାଷ୍ଟ୍ରପତି ଆସନ୍ତାକାଲି ନୂଆଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ଏର୍ଣ୍ଣାକୁଲମ୍‍ଠାରେ ସେଣ୍ଟ ଥେରାସସ୍‍ କଲେଜ୍‍ର ସମାରୋହରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+