ୱାୟନାଡ୍ ଭୂସ୍ଖଳନ: ଜଙ୍ଗଲରୁ ୫ ଦିନ ପରେ ଉଦ୍ଧାର ହେଲେ ୪ ଶିଶୁ
କୋଚି : କେରଳର ୱାୟନାଡ଼ରେ ବିନାଶକାରୀ ଭୂସ୍ଖଳନରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୫୮ ଜଣଙ୍କ ଜୀବନ ନେଇ ସାରିଛି । ଅନେକ ସଂଖ୍ୟାରେ ଲୋକ ନିଖୋଜ ମଧ୍ୟ ରହିଛନ୍ତି । ଏହି ଭୟାନକ ସ୍ଥିତିରେ ଏକ ଖୁସି ଖବର ଆସିଛି । ଭୂସ୍ଖଳନ ପ୍ରଭାବିତ ୱାୟନାଡ଼ାରେ କେରଳର ବନ ବିଭାଗ ଅଧିକାରୀ ୮ ଘଣ୍ଟା ଅପରେସନ୍ କରି ଜଙ୍ଗଲର ଏକ ଆଦିବାସୀ ବସ୍ତିରୁ ୬ ଜଣଙ୍କୁ ଉଦ୍ଧାର କରିଛନ୍ତି ।
ଜଙ୍ଗଲ ଅଧିକାରୀଙ୍କ ଦ୍ୱାରା ଚାରିଜଣ ଶିଶୁ ଏବଂ ସେମାନଙ୍କ ଆଦିବାସୀ ସମ୍ପ୍ରଦାୟର ସମ୍ପୃକ୍ତ ପିତାମାତାଙ୍କୁ ଉଦ୍ଧାର କରିବା ପାଇଁ ଆଠ ଘଣ୍ଟା ଧରି ଚାଲିଥିବା ଅପରେସନ୍ ସଫଳ ହୋଇଛି । ଏହାକୁ ନେଇ ସୋସିଆଲ୍ ମିଡିଆରେ ଭୂରି ଭୂରି ପ୍ରଶଂସା ହେଉଛି । କଲପେଟ୍ଟା ରେଞ୍ଜର ବନାଧିକାରୀଙ୍କ ନେତୃତ୍ୱରେ ୪ ଜଣିଆ ରେସ୍କ୍ୟୁ ଟିମ୍ ବାହାରିଥିଲେ ୱାୟନାଡ ଅଭିମୁଖେ, ଉଦ୍ଧାର କାର୍ଯ୍ୟ ପାଇଁ ।
ରାସ୍ତା ଥିଲା ଭାରି ବିପଜ୍ଜନକ । ଘଞ୍ଚ ଜଙ୍ଗଲ ଭିତରେ ଖସଡା ପଥର । ହେଲେ କିଛି ଆଦିବାସୀ ପରିବାରକୁ ବଞ୍ଚାଇବାର ଥିଲା । ଏଥିପାଇଁ ନିଜ ଜୀବନକୁ ବାଜି ଲଗାଇଥିଲେ ବନ ବିଭାଗର କିଛି ଅଧିକାରୀ, ଆଉ ସେମାନଙ୍କୁ ହାତରେ ଯାହା ପଡିଲା ତାହା ଆପଣଙ୍କୁ ସ୍ତମ୍ଭୀଭୂତ କରିବ । ଗତ ୫ ଦିନ ଧରି ପଥର କନ୍ଦିରେ ବଞ୍ଚିଥିଲା ୪ଟି କଅଁଳ ଜୀବନ । ଉଦ୍ଧାର ହୋଇଥିଲେ ୪ ନିଷ୍ପାପ ଶିଶୁ ।

ସେମାନଙ୍କୁ ଉଦ୍ଧାର କରିବାର ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଆଉ ଲୋକଙ୍କ ଠାରୁ ଅଜସ୍ର ଶୁଭେଚ୍ଛା ପାଉଛନ୍ତି ଏହି ୪ ଅଧିକାରୀ । ୱାୟନାଡର ପନିଆ ସମ୍ପ୍ରଦାୟର ଏକ ପରିବାର ପାହାଡ ଉପରେ ଥିବା ଏକ ଗୁମ୍ଫାରେ ଫଶି ରହିଥିଲେ । ହେଲେ ଏଠାରେ ପହଞ୍ଚିବାକୁ ବନ ବିଭାଗର ଉଦ୍ଧାରକାରୀ ଟିମକୁ ପାଖାପାଖି ୫ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା ।
ଟିମର ମୁଖ୍ୟଙ୍କ କହିବା ଅନୁସାରେ, ଗୁରୁବାର ୪ ବର୍ଷର ଶିଶୁକୁ ବନାଞ୍ଚଳ ଆଖାପାଖରେ ବୁଲୁଥିବାର ଦୂରରୁ ଦେଖିବାକୁ ମିଳିଥିଲା । ଜାଣିବାକୁ ମିଳିଥିଲା ଯେ ପାହାଡ ଉପରେ ଥିବା ଗୁମ୍ଫାରେ ଆଉ କିଛି ଶିଶୁ ଓ ତାଙ୍କ ବାପା ଫଶିରହିଛନ୍ତି । ଟିମ୍ ମୁଖ୍ୟ କେ ହରିଶଙ୍କ କହିବା ଅନୁସାରେ , ଏହି ସମ୍ପ୍ରଦାୟ ସହର ଠାରୁ ଭିନ୍ନ ଜଙ୍ଗଲ ଅଞ୍ଚଳରେ ରୁହନ୍ତି । ମୁଖ୍ୟତଃ ବନଜାତ ଖାଦ୍ୟ ଉପରେ ନିର୍ଭର କରିଥାନ୍ତି । ସେଗୁଡିକୁ ପାଖ ବଜାରରେ ବିକ୍ରି କରି ଅନ୍ୟ ସାମଗ୍ରୀ କିଣିଥାନ୍ତି । ଏବେ ଭୂସ୍ଖଳନ ପରେ ଏମାନଙ୍କ ଅବସ୍ଥା ବର୍ଣ୍ଣନା କରିବା ଭାରି କଷ୍ଟକର












Click it and Unblock the Notifications