କେରଳ ବନ୍ୟା ନେଲା 6 ଜୀବନ: ଉଦ୍ଧାର କାର୍ଯ୍ୟ ପାଇଁ କେନ୍ଦ୍ରର ସହାୟତା ଲୋଡିଲେ ରାଜ୍ୟ ସରକାର
ଥିରୁବନ୍ତପୁରମ୍: କେରଳରେ ଲଗାଣ ବର୍ଷା ପୁଣି ଥରେ ତାଣ୍ଡବ ରଚିଛି। ୨୦୧୮ ମସିହାରେ ହୋଇଥିବା ବନ୍ୟା ବିତ୍ପତ୍ତିର ପୁଣି ହୋଇଛି ପୁନରାବୃତି। ବର୍ଷା ଫଳରେ ରାଜ୍ୟର ୫ଟି ଜିଲ୍ଲାରେ ପରିସ୍ଥିତି ଅସମ୍ଭାଳ ହୋଇଛି। ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି।

ବନ୍ୟା ପରିସ୍ଥିତି ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି । ଚାରିଆଡ଼େ ଖାଲି ପାଣି ଆଉ ପାଣି । ଘରଦ୍ୱାର, ରାସ୍ତାଘାଟ ବୁଡ଼ିଛି । ରାସ୍ତାରେ ବର୍ଷା ପାଣି ଲହଡ଼ି ଭାଙ୍ଗୁଛି । କେରଳରେ ବର୍ଷା ଓ ଭୂସ୍ଖଳନରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ବହୁ ଲୋକ ନିଖୋଜ ଅଛନ୍ତି । ଲଗାଣ ବର୍ଷାରେ ବେଶୀ କ୍ଷତି ସହିଛି ଇଦୁକି, କୋଟ୍ଟାୟମ୍ ଓ ପଥାନମଥିଟ୍ଟା ଜିଲ୍ଲା । ଏସବୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି । ମୀନାଚଳ ଓ ମାନିମାଲ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ଜନବସତିରେ ପଶିଛି । ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହୋଇଛି । ବିଭିନ୍ନ ସ୍ଥାନକୁ ବିଚ୍ଛିନ୍ନ ହୋଇଛି ଯୋଗାଯୋଗ । ପାଣି ସୁଅରେ ଭାସି ଯାଇଛି ଗାଡ଼ିମୋଟର । ଆଜି ମଧ୍ୟ ବର୍ଷା ହେବାର ସମ୍ଭାବନା ଥିବାରୁ ପଥାନମଥିଟ୍ଟା, କୋଟ୍ଟାୟମ, ଏର୍ଣ୍ଣାକୁଲମ, ଇଦୁକି, ଥ୍ରୀସୁର ଓ ପଲ୍ଲକଡ୍ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ବର୍ଷା ହେବାକୁ ଥିବାରୁ ସାବରିମାଲା ମନ୍ଦିର ଏବେ ନ ଖୋଲିବାକୁ ସ୍ଥିର ହୋଇଛି । ସେହିପରି ସ୍କୁଲ କଲେଜ ମଧ୍ୟ ବନ୍ଦ କରି ଦିଆଯାଇଛି । ଉଦ୍ଧାର କାର୍ଯ୍ୟ ଲାଗି କେରଳ ସରକାର ଏନ୍ଡିଆର୍ଏଫ୍, ସ୍ଥଳସେନା ଓ ବାୟୁସେନାର ସାହାଯ୍ୟ ଲୋଡ଼ିଛନ୍ତି । ବର୍ଷା ଓ ବନ୍ୟା ସ୍ଥିତିର ସମୀକ୍ଷା କରି ସ୍ଥିତ ଉଦବେଗଜନକ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ବିଜୟ ପିନରଇ ।












Click it and Unblock the Notifications