କେରଳ ଦେଶର ପ୍ରଥମ ରାଜ୍ୟ ,ରାଜ୍ୟରେ ଏବେ ନାହାଁନ୍ତି ଜଣେ ବି ‘ଅତ୍ୟନ୍ତ ଗରିବ’;ମୁଖ୍ୟମନ୍ତ୍ରୀ

କେରଳର ଚର୍ଚ୍ଚା ସବୁବେଳେ ଶିକ୍ଷା କ୍ଷେତ୍ରରେ ରହିଥାଏ। ଦେଶର ସବୁଠାରୁ ଶିକ୍ଷିତ ରାଜ୍ୟ ଭାବରେ ଜଣାଯାଏ। ଏବେ ଦାରିଦ୍ରତା ଦୂର କରିଥିବା ପ୍ରଥମ ରାଜ୍ୟ ପାଲଟିଛି। ଏନେଇ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଶନିବାର ରାଜ୍ୟ ବିଧାନସଭାରେ ଘୋଷଣା କରିଛନ୍ତି। ସେ କହିଛନ୍ତି ବାମ ଲୋକତାନ୍ତ୍ରିକ ମୋର୍ଚ୍ଚା (ଏଲଡିଏଫ୍) ସରକାର କେରଳରେ ଚରମ ଦାରିଦ୍ରତାକୁ ଶେଷ କରି ଦିଆଯାଇଛି। ଏଭଳି କରିବାରେ କେରଳ ଦେଶର ପ୍ରଥମ ରାଜ୍ୟ । ଏବେ ରାଜ୍ୟରେ କୌଣସି ବି ପରିବାର 'ଅତ୍ୟାଧିକ ଗରିବ' ନୁହେଁ। ସେ ବିଧାନସଭାରେ ରୁଲ୍-୩୦୦ ଅନୁସାରେ ବୟାନ ଦଇେ ଏହାକୁ ଉପଲବ୍ଧିର ଅଧିକାର ବୋଲି ଘୋଷଣା କରିଛନ୍ତି।

kerala cm

ସିଏମ୍ ବିଜୟନ କହିଛନ୍ତି,'ଗୋଟିଏ ଭାଷା ଉପରେ ଆଧାରିତ ରାଜ୍ୟର ଦାବି ସ୍ବାଧୀନତା ପୂର୍ବରୁ ଆରମ୍ଭ ହୋଇଥିଲା। ବହୁ ସଂଘର୍ଷ ପରେ ଏକୀକୃତ କେରଳ ତିଆରି କରାଯାଇଥିଲା ଓ ଆଜି ଏହାକୁ ୬୯ ବର୍ଷ ପୂରଣ ହୋଇଛି। ପ୍ରତିବର୍ଷ ଆମେ କେରଳ ପିରଭି ବା ପ୍ରତିଷ୍ଠା ଦିବସ ପାଳନ କରୁ। କିନ୍ତୁ ଏଥରର ଦିନ ଅଲଗା ରହିଛି, କାରଣ ଏଥର କେରଳ ପ୍ରଥମ ଭାରତୀୟ ରାଜ୍ୟ ପାଲଟିଛି, ଯେଉଁଠି ଅତ୍ୟାଧିକ ଦ୍ରାରିଦ୍ୟ ସମ୍ପୂର୍ଣ୍ଣ ଭାବରେ ଶେଷ କରି ଦିଆଯାଇଛି। ଏହି ଉପଲବ୍ଧି ନୂଆ 'ନବ-କେରଳ' ନିର୍ମାଣରେ ଏକ ବଡ଼ ପଦକ୍ଷେପ।'

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+