କେରଳ ମହିଳା ପୋଲିସ ଭୋକିଲା ଶିଶୁକୁ କଲେ ସ୍ତନ୍ୟପାନ, ପୁରସ୍କୃତ କଲେ ପୋଲିସ ମୁଖ୍ୟ
ଶନିବାର ସକାଳେ ଜଣେ ୨୨ ବର୍ଷୀୟା ମହିଳା ଚେଭାୟୁର ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ଯେ ତାଙ୍କ ଶିଶୁ ନିଖୋଜ ଅଛି।
ଥିରୁଅନନ୍ତପୁରମ: କେରଳ ପୋଲିସ ମୁଖ୍ୟଙ୍କ ଦ୍ବାରା ପୁରସ୍କୃତ ହେଲେ ମହିଳା ପୋଲିସ ଏମଆର ରାମ୍ୟା । ମାଆ ଠାରୁ ଅଲଗା ହୋଇଯାଇଥିବା ଏକ ଭୋକିଲା ଶିଶୁକୁ ସ୍ତନ୍ୟପାନ କରି ଏବେ ଚର୍ଚ୍ଚାରେ ଏହି ମହିଳା ପୋଲିସ । କାଜିକୋଡ ଚେଭାୟୁର ପୋଲିସ ଷ୍ଟେସନର ସିଭିଲ ପୋଲିସ ଅଫିସର ଏମଆର ରାମ୍ୟା ଏବଂ ତାଙ୍କ ପରିବାରଙ୍କୁ ପୋଲିସ ମୁଖ୍ୟାଳୟରୁ ନିମନ୍ତ୍ରଣ କରାଯାଇଥିଲା । ରାମ୍ୟାଙ୍କୁ ତାଙ୍କର ଏହି ମହାନ କାର୍ଯ୍ୟ ପାଇଁ ପ୍ରମାଣପତ୍ର ସହିତ ପୁରସ୍କୃତ କରାଯାଇଛି। ପୋଲିସ ମୁଖ୍ୟ ତାଙ୍କର ଏହି କାର୍ଯ୍ୟରେ କହିଛନ୍ତି, ରାମ୍ୟାଙ୍କର ମହାନତା ପୋଲିସ ଫୋର୍ସର ମର୍ଯ୍ୟାଦା ବୃଦ୍ଧି କରିଛନ୍ତି ।

ହାଇକୋର୍ଟ ଜଜ୍ ଦେବେନ ରାମଚନ୍ଦ୍ରନ କହିଛନ୍ତି, ସେ ଶିଶୁଟିକୁ ବଞ୍ଚାଇବା ପାଇଁ ରାମ୍ୟାଙ୍କର ଏହି ମହାନତା ଦେଖି ପୋଲିସ ମୁଖ୍ୟଙ୍କୁ ଚିଠି ଲେଖିଥିଲେ । ମହିଳା ପୋଲିସଙ୍କୁ ପ୍ରଦାନ କରାଯାଇଥିବା ପ୍ରମାଣପତ୍ରରେ ଲେଖାଯାଇଛି ଯେ, ପୋଲିସ ଫୋର୍ସକୁ ଏକ ଭଲ ଦିଗ ଦେଖାଇଛନ୍ତି । ଶନିବାର ସକାଳେ 22 ବର୍ଷୀୟା ମହିଳା ଚେଭାୟୁର ପୋଲିସ ଷ୍ଟେସନରେ ନିଜର ଶିଶୁ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ । ପାରିବାରିକ କହଳ ଯୋଗୁଁ ନିଜ ମାଆ ଠାରୁ ଶିଶୁଟିକୁ ଅଲଗା କରାଯାଇଥିଲା । ତେବେ ଶିଶୁଟିକୁ ତାର ପିତା ବେଙ୍ଗାଲୁରୁ ନେଇ ଯାତ୍ରା କରୁଥିବା ବେଳେ ପୋଲିସ ଖବର ପାଇ ଶିଶୁଟିକୁ ଉଦ୍ଧାର କରିଥିଲା ।
ପୋଲିସ ଶିଶୁକୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରିଥିଲା । ଶିଶୁର ସୁଗାର ଲେବଲ କମ ଥିବା ଡାକ୍ତର ପରୀକ୍ଷା କରି ଦେଖିଥିଲେ । ଏହାପରେ ମହିଳା ପୋଲିସ ରାମ୍ୟା ଡାକ୍ତରଖାନାରେ ପହଞ୍ଚି ଶିଶୁକୁ ସ୍ତନ୍ୟପାନ ନେଇ ପଚାରିଥିଲେ । ସେ ଜଣେ ମାଆ ଏବଂ ଏହି ଶିଶୁକୁ ସ୍ତନ୍ୟପାନ କରାଇ ପାରିବେ ବୋଲି କହି ସ୍ତନ୍ୟପାନ କରାଇଥିଲେ ।












Click it and Unblock the Notifications