ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଦାବିକୁ ଖଣ୍ଡନ କଲେ ମୁଖ୍ୟମନ୍ତ୍ରୀ , କହିଲେ ଅମିତ ଶାହା ମିଛ କହୁଛନ୍ତି...
କେରଳର ୱାୟନାଡର ମୃତ୍ୟୁର ତାଣ୍ଡବ ଦେଖିବାକୁ ମିଳିଛି । ଭୂସ୍ଖଳନ ପରେ ସୃଷ୍ଟି ହୋଇଥିବା ଜଳ ପ୍ରଳୟ ୧୫୦ରୁ ଅଧିକ ଜୀବନ ନେଇ ସାରିଥିବା ବେଳେ ଏବେ ବି ୧୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ସେହିପରି ୨୦୦ରୁ ଅଧିକ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଏକାଧିକ ଗାଁ ଅଚାନକ ବନ୍ୟା ପାଣି ଯିବାରୁ କ୍ଷତିଗ୍ରସ୍ତ ହୋଇଛି । କିଛି ଅଞ୍ଚଳ ମଧ୍ୟ ପାଣିର ପ୍ରଖର ସ୍ରୋତରେ ପୂରା ନିଚ୍ଛିନ୍ନ ହୋଇଯାଇଛି । ଯୁଦ୍ଧକାଳୀନ ଭିତ୍ତିରେ ମାଟି ତଳୁ ଜୀବନର ସନ୍ଧାନ ଚାଲିଥିବା ବେଳେ ଭୂସ୍ଖଳନକୁ ନେଇ କେନ୍ଦ୍ର ସରକାର କେରଳ ସରକାରଙ୍କ ଲଗାଇଥିଲେ ବଡ଼ ଅଭିଯୋଗ ।
କେରଳକୁ ଭୟଙ୍କର ଭୂସ୍ଖଳନ ନେଇ ପୂର୍ବରୁ ସତର୍କ କରାଯାଇଥିଲା ବୋଲି ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦାବି କରିଛନ୍ତି । ତାଙ୍କ କହିବା କଥା ଯେ ପିନରାୟି ବିଜୟନଙ୍କ ନେତୃତ୍ୱାଧୀନ କେରଳ ସରକାରଙ୍କୁ କେନ୍ଦ୍ର ପକ୍ଷରୁ ଜୁଲାଇ ୨୩ରେ ସମ୍ଭାବ୍ୟ ଭୂସ୍ଖଳନ ନେଇ ସତର୍କ କରାଯାଇଥିଲା । କେରଳ ପାଇଁ ପାଣିପାଗ ବିଭାଗ ପ୍ରବଳ ବର୍ଷାର ଆକଳନ କରିବାରୁ କେନ୍ଦ୍ର ପକ୍ଷରୁ ୯ଟି ଏନଡିଆରଏଫ ଟିମ ମଧ୍ୟ ପଠାଯାଇଥିଲା ।

କିନ୍ତୁ କେରଳ ସରକାର କୌଣସି ପଦକ୍ଷେପ ନେଇନଥିଲେ କେରଳ ସରାକର ବୋଲି କହିଥିଲେ ଅମିତ ଶାହା ।
ଅମିତ ଶାହାଙ୍କ ଦାବି ଉପରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ ମୁହଁ ଖୋଲିଛନ୍ତି । ୱାୟନାଡ ଭୂସ୍ଖଳନର ସତର୍କ ସୂଚନା ନେଇ ଶାହା ମିଛ କହୁଛନ୍ତି । ବିଜୟନ କହିଛନ୍ତି, ୱାୟନାଡ ଭୂସ୍ଖଳନ ଘଟଣା ପୂର୍ବରୁ କୌଣସି ରେଡ୍ ଆଲର୍ଟ ଜାରି କରାଯାଇ ନ ଥିଲା ।
ଘଟଣାର କିଛି ଘଣ୍ଟା ପରେ ଏକ ସତର୍କ ସୂଚନା ଜାରି କରାଯାଇଥିଲା । ଅଭିଯୋଗ ଏବଂ ପ୍ରତିଅଭିଯୋଗର ଏହା ସମୟ ନୁହେଁ ବୋଲି ସେ କହିଛନ୍ତି । ବିଜୟନ ଆହୁରି କହିଛନ୍ତି, 'ୱାୟନାଡରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହା ଏକ ଯନ୍ତ୍ରଣାଦାୟକ ବିପର୍ଯ୍ୟୟ । ଏପର୍ଯ୍ୟନ୍ତ ୧୪୪ ଟି ମୃତଦେହ ଉଦ୍ଧାର କରାଯାଇଛି । ସେଥିମଧ୍ୟରୁ ୭୯ ଜଣ ପୁରୁଷ ଏବଂ ୬୪ ଜଣ ମହିଳା ।
୧୯୧ ଲୋକ ନିଖୋଜ ଅଛନ୍ତି । ବିପର୍ଯ୍ୟୟ ଅଞ୍ଚଳରୁ ଯଥାସମ୍ଭବ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଚେଷ୍ଟା କରାଯାଉଛି ଏବଂ ଉଦ୍ଧାର ହୋଇଥିବା ଲୋକଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯାଉଛି ।












Click it and Unblock the Notifications