Naegleria Fowleri Infection: କେରଳରେ ବିରଳ ସଂକ୍ରମଣରେ ଗଲାଣି ୩ ଜଣଙ୍କ ଜୀବନ
Naegleria Fowleri Infection: ଏମିବା ବିରଳ ମସ୍ତିଷ୍କ ସଂକ୍ରମଣ ହେତୁ କେରଳର କୋଝିକୋଡେରେ ଜଣେ 14 ବର୍ଷିୟ ନାବାଳକର ମୃତ୍ୟୁ ଘଟିଛି । ପିଟିଆଇ ସୂଚନା ଅନୁସାରେ, ମୁଦୃଲ ନାମକ ବାଳକ ଦୂଷିତ ପୋଖରୀରେ ଗାଧୋଇବା ପରେ ନଗଲୋରିୟା ଫାଉଲେରୀ ସଂକ୍ରମଣରେ ଆକ୍ରାନ୍ତ ହୋଇଥିଲା ।

21 ମେ'ରେ ମଲାପୁରମର ଜଣେ 5 ବର୍ଷିୟ ବାଳିକାଙ୍କ ମୃତ୍ୟୁ ପରେ ଏ ପର୍ଯ୍ୟନ୍ତ କେରଳରେ ସଂକ୍ରମଣ ହେତୁ 3 ଜଣଙ୍କ ମୃତ୍ୟୁ ହୋଇସାରିଲାଣି । 25 ଜୁନ୍'ରେ, କତ୍ରୁର ଜଣେ 13 ବର୍ଷିୟ ନାବାଳିକାର ମଧ୍ୟ ସମାନ ସଂକ୍ରମଣ ଯୋଗୁଁ ମୃତ୍ୟୁ ଘଟିଥିଲା ।
ନେଗଲେରିୟା ଫାଉଲେରୀ ମସ୍ତିଷ୍କକୁ ଗମ୍ଭୀର ସଂକ୍ରମଣ କରିଥାଏ । ଏହି ସଂକ୍ରମଣ ସାଧାରଣତଃ ପୋଖରୀ ଏବଂ ହ୍ରଦ ପରି ମଧୁର ଜଳରେ ଥାଏ, ଗାଧୋଇ ସମୟରେ ଏହି ରୋଗ ଶରୀରେ ପ୍ରବେଶ କରିଥାଏ । ଯେତେବେଳେ ଦୂଷିତ ଜଳ ନାକ ଭିତରକୁ ପ୍ରବେଶ କରେ, ଏହା ଏମିବା ଶରୀରକୁ ଆକ୍ରାନ୍ତ କରିଥାଏ । ତେବେ ନାଗେଲେରିଆ ଫାଉଲେରୀ ଦ୍ୱାରା ଏହା ଏକ ବିରଳ ସଂକ୍ରମଣ ଯାହା 'ମସ୍ତିଷ୍କ ଖାଉଥିବା ଏମିବା' ।
PAM ଏକ ବିରଳ କିନ୍ତୁ ଅତ୍ୟନ୍ତ ସାଂଘାତିକ ରୋଗ ଯାହା ମସ୍ତିଷ୍କକୁ ପ୍ରଭାବିତ କରିଥାଏ । ଏହି ସଂକ୍ରମଣ ପୂର୍ବରୁ ଅନେକ ଲୋକଙ୍କ ଜୀବନ ନେଇ ସାରିଥି । ଏହି ମସ୍ତିଷ୍କ ଖାଉଥିବା ଏମିବା ସମସ୍ତ ମହେଦେଶରେ ଦେଖିବାକୁ ମିଳିଛି । ରିପୋର୍ଟ ଅନୁସାରେ, ଭାରତ ସମେତ ୧୬ରୁ ଅଧିକ ଦେଶରେ PAM କାରଣ ବୋଲି ଘୋଷଣା କରାଯାଇଛି ।
ରୋଗର ଲକ୍ଷଣ
ଏହି ରୋଗରେ ମୁଣ୍ଡବିନ୍ଧା, ଜ୍ୱର, ବାନ୍ତି ପରି ଲକ୍ଷଣ ଦେଖାଦେଇଥାଏ । ଏହାପରେ ରୋଗ ଧିରେ ଧିରେ ବେକରେ ବ୍ୟାପିଥାଏ ଏବଂ ସମସ୍ୟା ଦେଖାଯାଏ । ଏପରିକି ରୋଗୀ କୋମା ଅବସ୍ଥାରେ ଯାଇପାରନ୍ତି । ଏକ ରିପୋର୍ଟ ଅନୁସାରେ, ଏହି ରୋଗ ଲକ୍ଷଣ ଆରମ୍ଭ ହେବାର ୧୮ ଦିନ ମଧ୍ୟରେ ରୋଗୀର ମୃତ୍ୟୁ ଘଟିଥାଏ, ୫ ଦିନ ମଧ୍ୟରେ ରୋଗୀ କୋମାକୁ ଚାଲିଯାଇଥାଏ ।
ସୂଚନା ଅନୁସାରେ, ଦେଶରେ ୨୦ଟି PAM ମାମଲା ରୁଜୁ ହୋଇଛି । ଏହି ରୋଗର ପ୍ରଥମ ମାମଲା ୨୦୧୬ରେ ଆଲାପୁଜା ଠାରୁ ଆସିଥିଲା । ଏହାପରେ ମାଲାପୁରମ୍, କୋଜିକୋଡେ ଏବଂ ଥ୍ରୀସୁରରେ ମଧ୍ୟ ଏହି ରୋଗର ମାମଲା ଦେଖିବା ପାଇଁ ମିଳିଛି ।












Click it and Unblock the Notifications