କେରଳ ପର୍ଯ୍ୟଟକଙ୍କ ଡଙ୍ଗା ଓଲଟି:୨୨ ମୃତ

କେରଳ: କେରଳ ପର୍ଯ୍ୟଟକଙ୍କ ଡଙ୍ଗା ଓଲଟି ୨୨ ଜଣଙ୍କର ମୃତ୍ୟୁ ହୋଇଛି । ଡଙ୍ଗାରେ କେତେ ଯାତ୍ରୀ ଥିଲେ ଅସ୍ପଷ୍ଟ, ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । କେରଳର ମଲାପୁରମ ଜିଲ୍ଲାର ତନୁର ଉପକୂଳରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବେଳେ ଘଟିଥିଲା ଦୁର୍ଘଟଣା । ମୃତ ପର୍ଯ୍ୟଟକଙ୍କ ମଧ୍ୟରେ ୭ ଜଣ ଛୋଟ ପିଲା ଥିବା ନେଇ ସୂଚନା ରହିଛି ।

ରବିବାର ସଂଧ୍ୟା ବେଳେ କେରଳ ମଲାପୁରମ ଅନ୍ତର୍ଗତ ତନୁର ଉପକୂଳ ଅଞ୍ଚଳରେ ତୁବାଲତିରମ ବେଳାଭୂମି ନିକଟରେ ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଡବଲ୍-ଡେକର୍ ହାଉସବୋଟ୍ ଓଲଟିପଡି ବୁ଼ଡି ଯାଇଥିଲା । ଯାହା ପରେ ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ମୃତ ପର୍ଯ୍ୟଟକଙ୍କ ମଧ୍ୟରେ ୭ ଜଣ ଛୋଟ ପିଲା ଅଛନ୍ତି ।

kerala boat tragedy

ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହା କୁହାଯାଉଛି ଯେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ।

ଏହି ଦୁର୍ଘଟଣାର ପ୍ରତ୍ୟକ୍ଷଦର୍ଶୀ ଇବ୍ରାହିମ କହିଛନ୍ତି ଯେ ରବିବାର ରାତି ୬ ଟାରେ ଡଙ୍ଗା ନଦୀ ପାର ହେବା ପାଇଁ ଯାଇଥିଲା। ୧୫ ମିନିଟ୍ ପରେ ଡଙ୍ଗାରେ ପାଣି ପସିବା ଆରମ୍ଭ ହୋଇଥିଲା ଏବଂ ଡଙ୍ଗାଟି ବୁଡ଼ିଯାଇଥିଲା । ସେତେବେଳେ ଅନ୍ୟ କୌଣସି ଡଙ୍ଗା ତୁରନ୍ତ ଆମକୁ ଉଦ୍ଧାର କରିବାକୁ ଆସିନଥିଲା ।

ଡଙ୍ଗା ବୁଡ଼ିବାର ୨୫ ମିନିଟ୍ ପରେ ଆମକୁ ଉଦ୍ଧାର କରିବାକୁ ପ୍ରଥମ ଡଙ୍ଗା ଆସିଥିଲା । ଏହା ମଧ୍ୟ ଆଶଙ୍କା କରାଯାଉଛି ଯେ ନିର୍ଦ୍ଦିଷ୍ଟ ସଂଖ୍ୟା ଅପେକ୍ଷା ଡଙ୍ଗାରେ ଅଧିକ ଲୋକ ଥିଲେ। ତେବେ ଡଙ୍ଗା ସେବା ଅପରାହ୍ନ ୫ ଟାରେ ବନ୍ଦ ହେବାର ଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଯେତେବେଳେ ଡଙ୍ଗା ନଦୀ ଭିତରକୁ ଯାଉଥିଲା, ସେତେବେଳେ ଡଙ୍ଗାରେ ଲାଇଫ୍ ଜ୍ୟାକେଟ୍ ଥିଲା, କିନ୍ତୁ ସମସ୍ତେ ଲାଇଫ୍ ଜ୍ୟାକେଟ୍ ପିନ୍ଧି ନଥିଲେ।


ଏହି ଦୁର୍ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏହା ଏକ ଯନ୍ତ୍ରଣାଦାୟକ ଦୁର୍ଘଟଣା, ଏହା ଏକ ଦୁଃଖଦ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା । ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ରାଷ୍ଟ୍ରପତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+