Kerala Blasts: ଆତ୍ମସମର୍ପଣ କଲେ ଜଣେ ବ୍ୟକ୍ତି, ଏନଆଇଏ-ଏନଏସଜି କରିବ ତଦନ୍ତ
କେରଳର କଲାମାସେରି ଜିଓଭା ସାକ୍ଷୀ ସମ୍ମିଳନୀ କେନ୍ଦ୍ରରେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ହୋଇଛି । ୪୦ ଜଣ ଆହତ ହୋଇଛନ୍ତି। କେରଳର ଏରନାକୁର୍ଲାମ ଜିଲ୍ଲାରେ ଜିଓଭା ସାକ୍ଷୀ ସମ୍ମିଳନୀ କେନ୍ଦ୍ରରେ ଦୁଇଟି ବୋମା ବିସ୍ଫୋରଣ IED ଦ୍ୱାରା କରାଯାଇଛି ।
ଏହି ମାମଲାରେ ପୋଲିସ କହିଛି ଯେ ଡୋମିନିକ୍ ମାର୍ଟିନ ନାମକ ଜଣେ ବ୍ୟକ୍ତି ବିସ୍ଫୋରଣ ହୋଇଥିବା ସମ୍ମିଳନୀ କେନ୍ଦ୍ରରେ ବୋମା ଲଗାଇଥିବାର ଦାବି କରିଛନ୍ତି ।
ଘଟଣାସ୍ଥଳରେ ପହଞ୍ଚିଥିବା କେରଳ ଏଡିଜିପି (ଆଇନ ଏବଂ ବ୍ୟବସ୍ଥା) ଏମଆର ଅଜିତ କୁମାର କହିଛନ୍ତି ଯେ ତ୍ରିସୁର ଗ୍ରାମୀଣର କୋଡାକରା ପୋଲିସ ଷ୍ଟେସନରେ ଜଣେ ବ୍ୟକ୍ତି ଆତ୍ମସମର୍ପଣ କରିଛନ୍ତି। ସେ କହିଛନ୍ତି ଯେ ଏହି ବିସ୍ଫୋରଣ ହିଁ ସେ କରିଥିଲେ । ତାଙ୍କ ନାମ ଡୋମିନିକ୍ ମାର୍ଟିନ, ଯଦିଓ ପୋଲିସ ଟିମ୍ ଏହି ଘଟଣାର ତଦନ୍ତ କରୁଛି ।ଆହୁରି ମଧ୍ୟ, ବ୍ୟକ୍ତି ଜଣକ ସତ କହୁଛନ୍ତି କି ନାହିଁ ତାହା ଜାଣିବା ପାଇଁ ଉଦ୍ୟମ କରାଯାଉଛି ।ଏହି ମାମଲାର ଅନ୍ୟାନ୍ୟ ଦିଗ ମଧ୍ୟ ଅନୁସନ୍ଧାନ କରାଯାଉଛି ।
କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟାନ ସୋମବାର ସକାଳ 10 ଟାରେ ସଚିବାଳୟରେ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ବୋଲି ସିଏମ୍ କହିଛନ୍ତି। ଆମେ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରୁଛୁ । ସମସ୍ତ ବରିଷ୍ଠ ଅଧିକାରୀ ସେଠାରେ ଅଛନ୍ତି। ଆମେ ଏହାକୁ ବହୁତ ଗମ୍ଭୀରତାର ସହ ନେଉଛୁ । ମୁଁ ଡିଜିପିଙ୍କ ସହ କଥା ହୋଇଛି ଏବଂ ଅନୁସନ୍ଧାନ ପରେ ଆମେ ଅଧିକ ସୂଚନା ପାଇବୁ ।

ଏନଆଇଏ-ଏନଏସଜି ଦଳ ଏହାର ତଦନ୍ତ କରିବେ
କେନ୍ଦ୍ର ସରକାର ମଧ୍ୟ ଏହି ପ୍ରସଙ୍ଗରେ ଗମ୍ଭୀର। ଏହି ଘଟଣା ପରେ ଅମିତ ଶାହା ତୁରନ୍ତ କେରଳ ସିଏମଙ୍କ ସହ କଥା ହୋଇଥିଲେ। ଏହା ବ୍ୟତୀତ କେନ୍ଦ୍ର ସରକାର ଏନଆଇଏ ଏବଂ ଏନଏସଜିର ଏକ ଟିମ୍ କେରଳକୁ ପଠାଇଛନ୍ତି, ଯାହାଫଳରେ ଘଟଣାର ସଠିକ୍ ଯାଞ୍ଚ ହୋଇପାରିବ। ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଏବଂ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନଏସଜି) ଟିମକୁ କେରଳକୁ ପଠାଇ ତଦନ୍ତ ଆରମ୍ଭ କରିବାକୁ ଅମିତ୍ ଶାହ ନିର୍ଦ୍ଦେଶ ଦେଇଛନ୍ତି।
ଆଜି (ଅକ୍ଟୋବର ୨୯), ସକାଳ ୯:୪୦ ରେ, କୋଚିର କଲାମାସେରି ଥିବା ଜିଓଭା ସାକ୍ଷୀ ସମ୍ମିଳନୀ କେନ୍ଦ୍ରରେ ଦୁଇଟି ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି । ବିସ୍ଫୋରଣ ସମୟରେ ଧାର୍ମିକ ସମାବେଶରେ ଦୁଇ ହଜାରରୁ ଅଧିକ ଲୋକ ଉପସ୍ଥିତ ଥିଲେ ।












Click it and Unblock the Notifications