ଅଙ୍ଗନବାଡ଼ି ଆସିବା ହେଲା କାଳ, ପୋଖରୀରେ ବୁ଼ଡ଼ି ଗଲା ଜୀବନ
Keonjhar Drowning Death:ଅଙ୍ଗନବାଡ଼ି ଆସିବା ହେଲା କାଳ । ପୋଖରୀରେ ବୁ଼ଡ଼ି ଗଲା ଜୀବନ । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ମହୁଲଡିହା ଥାନା ଖେଡ଼ିଆପଶି ଗାଁରେ । ଏହି ଅଘଟଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଆଜି ସକାଳେ ଦୁଇ ଛାତ୍ର ଏକାଠି ଅଙ୍ଗନବାଡ଼ି କେନ୍ଦ୍ର ଆସିବା ପାଇଁ ଘରୁ ବାହାରିଥିଲେ । ଯେଉଁ ସମୟରେ ଅଙ୍ଗନବାଡ଼ି ପାଖରେ ଥିବା ଏକ ପୋଖରୀରେ ବୁ଼ଡ଼ିଯାଇ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ନେଇ ସୂଚନା ରହିଛି । ଆହତ ଛାତ୍ରକୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ,ଅଙ୍ଗନବାଡ଼ି ପାଖରେ ଥିବା ଏକ ପୋଖରୀକୁ ପିଲାମାନେ ଯିବା ସମୟରେ ଅସାବଧାନତା ଯୋଗୁଁ ଦୁଇ ଛାତ୍ରଙ୍କର ଗୋଡ଼
ଖସିଯିବା ଯୋଗୁଁ ଦୁଇ ଛାତ୍ର ପୋଖରୀରେ ବୁଡ଼ି ଯାଇଥିଲେ ।












Click it and Unblock the Notifications