ଆଦାନୀଙ୍କୁ ଝଟକା ପରେ ଝଟକା, କେନିଆରେ ରଦ୍ଦ ହେଲା ଆଦାନୀ ଗ୍ରୁପର ଏହି ପ୍ରକଳ୍ପ

ଆଦାନୀ ଗ୍ରୁପର ମୁଖ୍ୟ ଗୌତମ ଆଦାନୀଙ୍କ ଉପରେ କୋଟିକୋଟି ଡଲାରର ଲାଞ୍ଚ ଓ ଠକେଇ ଅଭିଯୋଗ ଆଣିଛି ଆମେରିକାର ଆଇନ ବିଭାଗ । ଆଦାନୀଙ୍କ ପୁତୁରା ସାଗର ଆଦାନୀଙ୍କ ସହ ଆଉ ୭ ବରିଷ୍ଠ ଅଧିକାରୀ ଏହି ଘଟଣାରେ ସମିଲ ଥିବା ନେଇ ଆଇନ ବିଭାଗ ଦାବି କରିଛି ।

ଶକ୍ତି ବିତରଣ କ୍ଷେତ୍ରରେ ଥିବା ବିଭିନ୍ନ କଣ୍ଟ୍ରାକ୍ଟ ହାସଲ ପାଇଁ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ୨୫୦ ମିଲିୟନ ଡଲାର(୨୨୩୬ କୋଟି ଟଙ୍କା) ଠୁ ଅଧିକ ଲାଞ୍ଚ ଦେବା ପାଇଁ ଯୋଜନା କରିଥିବା ସମସ୍ତଙ୍କ ଉପରେ ଅଭିଯୋଗ ଲାଗିଛି । ଏହି ଲାଞ୍ଚ ୨୦୨୦ରୁ ୨୦୨୪ ମଧ୍ୟରେ ପର୍ଯ୍ୟାୟକ୍ରମେ ସମସ୍ତ ଅଧିକାରୀଙ୍କୁ ଦିଆଯାଇଛି ବୋଲି ମଧ୍ୟ ଏହାର ଅଧ୍ୟାଦେଶରେ କୁହାଯାଇଛି ।

ଆଦାନୀ ଗ୍ରୀନ ଏନର୍ଜିର ଏକ ଶାଖା କମ୍ପାନୀ ହେଉଛି 'ଇଣ୍ଡିଆନ ଏନର୍ଜି କମ୍ପାନୀ'। ଏହା ଆମେରିକିୟ କମ୍ପାନୀ ୟୁଏସ ଇସୁଅର(US Issuer) ସହ ମିଳିତ ଭାବେ ଷ୍ଟେଟ-ଓନ୍ଡ ସୋଲାର ଏନର୍ଜି କର୍ପୋରେସନ ଅଫ ଇଣ୍ଡିଆ (SECI) ପାଇଁ ୧୨ ଗିଗାଓ୍ବାଟର ସୋଲାର ପାଓ୍ବାର ବିତରଣ ଉପରେ କାର୍ଯ୍ୟ କରୁଥିଲେ ।

adani

ଏହି ପ୍ରୋଜେକ୍ଟକୁ କେହି କ୍ରେତା ନମିଳିବାରୁ ବିଭିନ୍ନ ରାଜ୍ୟର ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦେଇ ଏହାର ବିଡକୁ ରାଜ୍ୟରେ ବିତରଣ ପାଇଁ ବାଧ୍ୟ କରାଯାଉଥିଲା ବୋଲି ଆମେରିକାର ନ୍ୟାୟିକ କୋର୍ଟରେ କୁହାଯାଇଛି । ଆମେରିକୀୟ ଅଦାଲତ ଅଦାନି ଗ୍ରୁପ୍ ଉପରେ ଦୁର୍ନୀତି ଅଭିଯୋଗ ଆଣିବା ପରେ କେନିଆ ସରକାର ଏହାର ପ୍ରକଳ୍ପକୁ ବାତିଲ କରିବାକୁ ଘୋଷଣା କରିଛନ୍ତି । ପ୍ରଥମଟି ହେଲା କେନିଆର ମୁଖ୍ୟ ବିମାନ ବନ୍ଦରର ସମ୍ପ୍ରସାରଣ ପାଇଁ କ୍ରୟ ପ୍ରକ୍ରିୟା ହୋଇଥିବାବେଳେ ଦ୍ୱିତୀୟଟି ହେଉଛି ବିଦ୍ୟୁତ୍ ପରିବହନ ଲାଇନ ନିର୍ମାଣ ପାଇଁ 700 ମିଲିୟନ୍ ଡଲାରର ଶକ୍ତି ଚୁକ୍ତି, ଯାହା ପୂର୍ବରୁ ଆଦାନୀ ଗ୍ରୁପ୍‌ର ଏକ ସହାୟକ କମ୍ପାନୀ ସହିତ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ସ୍ୱାକ୍ଷରିତ ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+