କମିଲା କେଜ୍ରିୱାଲଙ୍କ ଓଜନ, ୧୪ ଦିନ ୪ .୫ ଓଜନ ହ୍ରାସ
ତିହାର ଜେଲରେ ରହିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିଷୟରେ ବଡ ଖବର ସାମ୍ନାକୁ ଆସିଛି। ଗିରଫ ହେବା ପରେ କେଜ୍ରିୱାଲଙ୍କ ଓଜନ ୪.୫କିଲୋଗ୍ରାମ ହ୍ରାସ ପାଇଛି ବୋଲି ଦିଲ୍ଲୀ ସରକାରୀ ମନ୍ତ୍ରୀ ଆତିଶ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି।

ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ଦ୍ବାରା ଗିରଫ ହେବା ପରେ ଏବେ ଜେଲରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ତିହାର ଜେଲର ବାରାକ ନମ୍ବର ୨ ତାଙ୍କର ନୂଆ ଠିକଣା ହୋଇଛି। କେଜ୍ରିଓ୍ବାଲଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଏଏପି ମନ୍ତ୍ରୀ ଆତିଶୀ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲ ଜଣେ ମଧୁମେହ ରୋଗୀ।
ସ୍ବାସ୍ଥ୍ୟଗତ ସମସ୍ୟା ସତ୍ତ୍ୱେ ସେ ୨୪ ଘଣ୍ଟା ଦେଶର ସେବାରେ ନିୟୋଜିତ ଥିଲେ। ଗିରଫ ହେବା ପରଠାରୁ ୧୨ ଦିନ ଭିତରେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଓଜନ ୪ ରୁ ୫ କିଲୋ ହ୍ରାସ ପାଇଛି। ଏହା ବହୁତ ଚିନ୍ତାଜନକ। ଭାଜପା ତାଙ୍କୁ ଜେଲରେ ରଖି ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଛି। ଆମ ଆଦମୀ ପାର୍ଟି ସୁପ୍ରିମୋ କେଜ୍ରିଓ୍ବାଲଙ୍କୁ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେବା ପରେ କୋର୍ଟ ତାଙ୍କୁ ଗତକାଲି ୧୫ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ସେ ହାଜତରେ ରହିବେ।












Click it and Unblock the Notifications