ଗିରଫ ପରେ କେଜ୍ରିୱାଲଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ ମୋ ଜୀବନ ଦେଶ ପାଇଁ ସମର୍ପିତ
ଗିରଫ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, 'ମୋ ଜୀବନ ଦେଶ ପାଇଁ ସମର୍ପିତ । ଗୁରୁବାର ନିଜେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) କେଜ୍ରିୱାଲଙ୍କୁ ପ୍ରାୟ ଦୁଇ ଘଣ୍ଟା ପଚରାଉଚରା କରିବା ପରେ ତାଙ୍କ ଘରୁ ଗିରଫ କରିଥିଲା।

ଗୁରୁବାର ଗିରଫ ପରେ ଆଜି କେଜ୍ରିୱାଲଙ୍କୁ ଇଡି କୋର୍ଟରେ ହାଜର କରିଛି। ଏହି ସମୟରେ କେଜ୍ରିୱାଲ କହିଛନ୍ତି "ମୋ ଜୀବନ ଦେଶ ପାଇଁ ଉତ୍ସର୍ଗୀକୃତ। ମୁଁ ଜେଲରେ ରହିଲେ ବି ପୂର୍ବଭଳି ଦେଶର ସେବା ଜାରି ରଖିବି।" ବାସ ଏତିକି କହିବା ପରେ କେଜ୍ରିୱାଲଙ୍କୁ ଇଡି ଅଧିକାରୀମାନେ କୋର୍ଟ ରୁମକ ଭିତରକୁ ନେଇ ଯାଇଥିଲେ।
ଗୁରୁବାର ରାତି ୯ଟାରେ ଇଡି କେଜ୍ରିୱାଲଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରୁ ଗିରଫ କରିଥିଲା। ସେ ଭାରତ ଇତିହାସର ପ୍ରଥମ କାର୍ଯ୍ୟରତ ମୁଖ୍ୟମନ୍ତ୍ରୀ ଯିଏ ଗିରଫ ହୋଇଛନ୍ତି। ବର୍ତ୍ତମାନ ପ୍ରତ୍ୟାହାର ହୋଇ ସାରିଥିବା ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଅଭିଯୋଗ ଘଟଣାରେ ଇଡି ତାଙ୍କୁ ଗିରଫ କରିଛି। ନୀତି ପ୍ରଣୟନ କରି କେଜ୍ରିୱାଲଙ୍କ ଆପ୍ ଶହଶହ କୋଟି ଟଙ୍କାର ଲାଞ୍ଚ ଗ୍ରହଣ କରିଥିବା ଇଡି ଅଭିଯୋଗ କରିଛି।
ଗିରଫ ପରେ କେଜ୍ରିୱାଲଙ୍କୁ ଗୁରୁବାର ରାତିରେ ଇଡି ମୁଖ୍ୟାଳୟରେ ରଖା ଯାଇଥିଲା। ସକାଳୁ ମେଡିକାଲ ଟେଷ୍ଟ ପରେ ତାଙ୍କୁ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରାଯାଇଛି। ଇଡି ତାଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି।












Click it and Unblock the Notifications