ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କ ବଡ଼ ଭବିଷ୍ୟବାଣୀ, ଏଥର AAP ହାତେଇବ ୬୦ଟି ଆସନ !
Delhi Election News: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାରର ଶେଷ ହୋଇଛି ଏଥର ଦିଲ୍ଲୀରେ ଜନତାଙ୍କ ମନ ଜିଣିବା ପାଇଁ ଜୋର ଲଗାଇବ ସମସ୍ତ ରାଜନୈତିକ ଦଳ । ଏହାରି ମଧ୍ୟର କେଜ୍ରିୱାଲ କରିଛନ୍ତି ବଡ଼ ଘୋଷଣା । ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଅରବିନ୍ଦ କେଜ୍ରିୱାଲ ଏକ ପୋଷ୍ଚ ସେୟାର କରି ଲେଖିଛନ୍ତି, "ମୋ ଅନୁସାରେ, ଆମ ଆଦମୀ ପାର୍ଟି ଏଥର ଦିଲ୍ଲୀରେ 55 ଟି ଆସନ ପାଉଛି, କିନ୍ତୁ ଯଦି ମହିଳାମାନେ ପ୍ରୟାସ କରନ୍ତି - ତେବେ ସମସ୍ତେ ଭୋଟ ଦେବାକୁ ଯାଇ ସେମାନଙ୍କ ଘରର ପୁରୁଷମାନଙ୍କୁ ମଧ୍ୟ ଆମ ଆଦମୀ ପାର୍ଟିକୁ ଭୋଟ ଦେବାକୁ କୁହନ୍ତି । ତେବେ ଏହା 60 ରୁ ଅଧିକ ମଧ୍ୟ ହୋଇପାରେ।"

ପୂର୍ବରୁ ସେ ଏକ ଭିଡିଓ ଜାରି କରି ବିଜେପି ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରିଥିଲେ । ସେ କହିଛନ୍ତି, ଆପ ଏକ ଐତିହାସିକ ବିଜୟ ଆଡକୁ ଗତି କରୁଛି ଏବଂ ବିଜେପି ସବୁଠାରୁ ଖରାପ ପରାଜୟ ଆଡକୁ ।
मेरे अनुमान के मुताबिक आम आदमी पार्टी की 55 सीट आ रही हैं लेकिन अगर महिलाएं ज़ोर लगा दें - सभी वोट करने जायें और अपने घर के पुरुषों को भी आम आदमी पार्टी को वोट देने के लिए समझायें - तो 60 से ज़्यादा भी आ सकती हैं।
— Arvind Kejriwal (@ArvindKejriwal) February 3, 2025
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ଫେବୃଆରୀ ୫ ତାରିଖରେ ଅନୁଷ୍ଠିତ ହେବ ଏବଂ ଆଜି ସନ୍ଧ୍ୟା ୬ଟାରେ ପ୍ରଚାର ଶେଷ ହୋଇଛି । ଏହାରି ମଧ୍ୟରେ କେଜ୍ରିୱାଲଙ୍କ ଭବିଷ୍ୟବାଣୀ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଅରବିନ୍ଦ କେଜରିୱାଲ ରବିବାର କହିଥିଲେ, "ସାରା ଦିଲ୍ଲୀରୁ ଖବର ଆସୁଛି। ଦିଲ୍ଲୀର ଲୋକମାନେ ବିଜେପିର ଗୁଣ୍ଡାଗିରି ଆଉ ବରଦାସ୍ତ କରିବେ ନାହିଁ । ସାରା ଦିଲ୍ଲୀର ଲୋକମାନେ କହୁଛନ୍ତି - ଆମେ ସଚ୍ଚୋଟ ଲୋକଙ୍କ ଦଳକୁ ଭୋଟ ଦେବୁ, ଗୁଣ୍ଡାମାନଙ୍କୁ ଭୋଟ ଦେବୁ ନାହିଁ।












Click it and Unblock the Notifications