କେଜ୍ରିୱାଲଙ୍କ ଗିରଫ ମାମଲା ;ଗଣତନ୍ତ୍ର ଉପରେ ଏହା ଏକ ଖୋଲା ଆକ୍ରମଣ, ବର୍ଷିଲେ ମମତା

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହେବା ପରଠାରୁ ଆମ୍ ଆଦମୀ ଦଳର ନେତାମାନେ ନିରନ୍ତର ବିରୋଧ କରୁଛନ୍ତି। ସେପଟେ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନକୁ ସୁପ୍ରିମକୋର୍ଟଙ୍କ ପ୍ରତ୍ୟାହାର କରି ନେଇଛନ୍ତି। ଅନ୍ୟପଟେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ପ୍ରସଙ୍ଗରେ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ମମତା ବାନାର୍ଜୀ ସୋସିଆଲ ମିଡିଆ ସାଇଟ୍ X ରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ମୁଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ଦୃଢ଼ ନିନ୍ଦା କରୁଛି। ଅରବିନ୍ଦ କେଜ୍ରିୱାଲ ହେଉଛନ୍ତି ଦିଲ୍ଲୀବାସୀଙ୍କ ଦ୍ୱାରା ନିର୍ବାଚିତ ମୁଖ୍ୟମନ୍ତ୍ରୀ।

Mamata Banerjee

ନିର୍ବାଚିତ ବିରୋଧୀଦଳର ମୁଖ୍ୟମନ୍ତ୍ରୀଙ୍କୁ ଜାଣିଶୁଣି ଟାର୍ଗେଟ କରାଯାଇ ଗିରଫ କରାଯିବା ଅତ୍ୟନ୍ତ ଅସନ୍ତୋଷଜନକ ବୋଲି ସେ କହିଛନ୍ତି। ଗଣତନ୍ତ୍ର ଉପରେ ଏହା ଏକ ଖୋଲା ଆକ୍ରମଣ। ମମତା ବାନାର୍ଜୀ କହିଛନ୍ତି ଯେ ଆଜି ଆମର ଇଣ୍ଡିଆ ମିଳିତ ମଞ୍ଚ ନିର୍ବାଚନ ଆୟୋଗଙ୍କୁ ଭେଟି ବିରୋଧୀଦଳର ନେତାଙ୍କ ଉପରେ ମନଇଚ୍ଛା ଟାର୍ଗେଟ ତଥା ଗିରଫଦାରୀ ଉପରେ ଦୃଢ଼ ଆପତ୍ତି ଜଣାଇବ।

ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ କ୍ରମାଗତ ବିରୋଧ ପ୍ରଦର୍ଶନ କରାଯାଉଛି। ଏହି ପ୍ରତିବାଦରେ ଯୋଗଦେବା ପାଇଁ ଗୋପାଳ ରାୟ ଇଣ୍ଡିଆ ମିଳିତ ମଞ୍ଚରେ ଜଡିତ ଦଳମାନଙ୍କୁ ଆହ୍ୱାନ କରିଛନ୍ତି। ଆଜି ଗୋଟାଏ ଦଳକୁ ଧ୍ୱଂସ କରିବାକୁ ଚେଷ୍ଟା ଚାଲିଛି । ବୋଲି ବିରୋଧୀ ଦାବି କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+