ଇଡିରେ ହାଜର ହେବେ ନାହିଁ କେଜ୍ରିୱାଲ, ଆପ କହିଲା ସମନ ବେଆଇନ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଆଜି ଇଡିରେ ହାଜର ହେବେ ନାହିଁ। ଆମ୍ ଆଦମୀ ପାର୍ଟି କହିଛି ଯେ ଅରବିନ୍ଦ କେଜ୍ରିୱାଲ ଇଡିରେ ହଜାର ହେବେ ନାହିଁ। ଯେତେବେଳେ ସେ କୋର୍ଟରୁ ଜାମିନରେ ଅଛନ୍ତି, ତେବେ କାହିଁକି ଇଡି ବାରମ୍ବାର ସମନ ପଠାଉଛି ? ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ଡାକରା ବେଆଇନ ଅଟେ। ବିଜେପି କାହିଁକି ଇଡି ପଛରେ ଲୁଚି ନିର୍ବାଚନ ଲଢ଼ିବାକୁ ଚାହୁଁଛି? ବୋଲି ଆପ ପ୍ରଶ୍ନ କରିଛି ।

Arvind Kejriwal

ଜଳ ବୋର୍ଡ ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ମାର୍ଚ୍ଚ 18 ରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ଏବଂ ମନି ଲଣ୍ଡରିଂ ଆକ୍ଟ (PMLA) ର ନିୟମ ଅନୁଯାୟୀ ତାଙ୍କ ବିବୃତ୍ତି ରେକର୍ଡ କରିବାକୁ ଡକାଯାଇଥିଲା। ଏଥି ସହିତ, ଇଡି ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ନବମ ସମନ ଜାରି କରିଛି। ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ଏହା ହେଉଛି ଦ୍ୱିତୀୟ ମାମଲା, ଯେଉଁଥିରେ ଆମ୍ ଆଦମୀ ପାର୍ଟି (ଏଏପି) ର ଜାତୀୟ ସଂଯୋଜକ ଡକାଯାଇଥିଲା।

ସିବିଆଇ ଏହି ମାମଲାରେ ଏକ ମାମଲା ରୁଜୁ କରିଛି ଏବଂ ଇଡି ଦୁଇ ଜଣଙ୍କୁ ଗିରଫ କରିଛି। କେବଳ ଏତିକି ନୁହେଁ, ନିକଟରେ ସେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହାୟକ , ଆମ୍ ଆଦମୀ ପାର୍ଟିର କୋଷାଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ଏନ.ଡି ଗୁପ୍ତା ଏବଂ ଅନ୍ୟମାନଙ୍କ ଘରେ ଚଢ଼ାଉ କରିଥିଲେ।

ବାରମ୍ବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଡାକରାକୁ ଏଡ଼େଇ ଯିବା ମାମଲାରେ ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ନାମରେ ସମନ ହୋଇଥି‌ଲା। ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଦ୍ବାରା କେଜ୍ରିୱାଲଙ୍କୁ ଏବେ ଆଶ୍ବସ୍ତି ମିଳିଛି। ଶନିବାର ଅଦାଲତ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ଅଦାଲତ ଜାମିନ୍ ପ୍ରଦାନ କରିବା ପରେ ପୁଣି ଥରେ କେଜ୍ରିୱାଲଙ୍କୁ ସମନ ଜାରି ହୋଇଛି। ଇଡ଼ି ଅରବିନ୍ଦ କେଜ୍ରିୱାଲଙ୍କୁ ନବମ ସମନ ଜାରି କରିଛି। ଏହି ସମନ ଜାରି କରି ଇଡ଼ି ତାଙ୍କୁ ଆଗାମୀ ୨୧ ତାରିଖରେ ହାଜର ହେବାକୁୁ କହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+