ମହାରାଷ୍ଟ୍ର ନିର୍ବାଚନରେ ଇଣ୍ଡିଆ ମେଣ୍ଟ ପାଇଁ ପ୍ରଚାର କରିବେ କେଜ୍ରିୱାଲ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପ୍ରତିଦ୍ଵନ୍ଦ୍ଵିତା କରିବ ନାହିଁ ଆମ ଆଦମୀ ପାର୍ଟି। ଏନେଇ ଦଳର ଆଧିକାରୀକ ସୋଶାଲ ମିଡିଆ ହ୍ୟାଣ୍ଡେଲ 'ଏକ୍ସ'ରେ ଘୋଷଣା କରାଯାଇଛି। ତେବେ AAP ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ମହାବିକାଶ ଅଘାଡ଼ି (ଶିବସେନା ଉଦ୍ଧବ ଗୋଷ୍ଠୀ, ଏନସିପି ଏସସିପି ଓ କଂଗ୍ରେସ) ମେଣ୍ଟର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି।

Maharashtra Assembly Election 2024

ଏହା ପୂର୍ବରୁ ଆଲୋଚନା ହେଉଥିଲା ଯେ, ଆମ ଆଦମୀ ପାର୍ଟି ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପ୍ରତିଦ୍ଵନ୍ଦ୍ଵିତା କରିପାରେ। ଏପରିକି ଗୋଟିଏ ଆସନରେ ଦଳ ନିଜ ପ୍ରାର୍ଥୀଙ୍କୁ ଓହ୍ଲାଇବାକୁ ଆଲୋଚନା ମଧ୍ୟ କରିଥିଲା। ମହାରାଷ୍ଟ୍ରର କେବଳ ମାଲବାର ହିଲ୍ ଆସନରୁ ପ୍ରାର୍ଥୀ ଦେବାକୁ ଯୋଜନା କରିଥିଲା ବୋଲି ଅନେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ହେଲେ ବର୍ତ୍ତମାନ ମହାରାଷ୍ଟ୍ର ନିର୍ବାଚନରେ ପ୍ରତିଦ୍ଵନ୍ଦ୍ଵିତା କରିବ ନାହିଁ ବୋଲି ଦଳ ପକ୍ଷରୁ ଔପଚାରିକ ଘୋଷଣା କରାଯାଇଛି।

ପ୍ରକାଶ ଥାଉ, ମହାରାଷ୍ଟ୍ରର ସମସ୍ତ 288 ଆସନରେ ଗୋଟିଏ ପର୍ଯ୍ୟାୟରେ ଆସନ୍ତା ନଭେମ୍ବର 20 ତାରିଖରେ ଭୋଟ ଗ୍ରହଣ ହେବ। ନଭେମ୍ବର 23ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+