ଆଜିଠୁ ଦିଲ୍ଲୀ ବିଧାନସଭାର ଦୁଇ ଦିନିଆ ଅଧିବେଶନ, ବିଧାୟକ ଭାବେ ଉପସ୍ଥିତ ରହିବେ କେଜ୍ରିୱାଲ !

ଆଜିଠୁ ଦିଲ୍ଲୀ ବିଧାନସଭାର ଦୁଇ ଦିନିଆ ଅଧିବେସନ। ପ୍ରଥମ ଥର ପାଇଁ ଆତିଶୀ ମୁଖ୍ୟମନ୍ତ୍ରୀ ହେବା ପରେ ଏହି ଅଧିବେଶନରେ ଭାଗ ନେବେ। ସେହିପରି କେଜ୍ରିଓ୍ୱାଲ ବିଧାୟକ ରୂପେ ପ୍ରଥମ ଥର ପାଇଁ ଗୃହରେ ଉପସ୍ଥିତ ରହିବେ।

Arvind Kejriwal

ବିଶେଷ କଥା ହେଉଛି କେଜ୍ରିୱାଲ ସମାନ ଆସନରେ ବସିବେ ନା ଏକ ଭିନ୍ନ ସିଟ୍ ସ୍ଥିର ହୋଇଛି ନା ମୁଖ୍ୟମନ୍ତ୍ରୀଙ୍କ ଅଫିସ ଭଳି ବିଧାନସଭାରେ ମଧ୍ୟ କେଜ୍ରିୱାଲଙ୍କ ଚୌକି ଖାଲି ରହିବ। ଆତିଶୀଙ୍କ ନିଷ୍ପତ୍ତି ଉପରେ ଏବେ ସମସ୍ତଙ୍କ ନଜର ରହିଛି। ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଚେୟାର ବାଚସ୍ପତିଙ୍କ ଆସନ ସମ୍ମୁଖରେ ଥିବାବେଳେ ବିରୋଧୀ ଦଳର ନେତାଙ୍କ୍ ଚେୟାରରେ ୯୦ ଡିଗ୍ରୀ ରହିଥାଏ।

ଏହାପୂର୍ବରୁ ସୋମବାର ଦିନ ଆତିଶୀ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ସମୟରେ ସିଏମ୍‌ ଅଫିସ୍‌ରେ ସେ କେଜ୍ରିଓ୍ୱାଲଙ୍କ ପାଇଁ ଚୌକି ଖାଲି ରଖିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଆସନ ପାଖରେ ଆଉ ଏକ ଚୌକି ପକାଇ ସେ ବସିଥିଲେ। ଆତିଶୀ କହିଥିଲେ, 'ଯେପରି ରାମାୟଣରେ ସିଂହାସନରେ ରାମଙ୍କ କଠଉ ରଖି ଭରତ ରାଜ୍ୟଭାର ଗ୍ରହଣ କରିଥିଲେ ସେହିପରି ମୁଁ ଦିଲ୍ଲୀ ପାଇଁ କାମ କରିବି। କେଜ୍ରିଓ୍ୱାଲ ଫେରିବା ଯାଏ ଏହି ଚୌକି ତାଙ୍କ ପାଇଁ ଖାଲି ରହିବ।'

ଅନ୍ୟପଟେ ଆଜି ଆରମ୍ଭ ହେବାକୁ ଥିବା ଦିଲ୍ଲୀ ବିଧାନସଭା ଅଧିବେଶରେ ଆପ୍‌କୁ ଘେରିବା ପାଇଁ ଅଣ୍ଟା ଭିଡିଛି ବିଜେପି। ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳର ନେତା ବିଜୟନ୍ଦ୍ର ଗୁପ୍ତା କହିଛନ୍ତି ଯେ ଗୁରୁବାରଠାରୁ ଆରମ୍ଭ ହେବାକୁ ଥିବା ଏହି ଅଧିବେଶନରେ ସମସ୍ତ ବିଜେପି ବିଧାୟକ ଦିଲ୍ଲୀର ୨ କୋଟି ଲୋକଙ୍କ ସମସ୍ୟା ଉପରେ ଆଲୋଚନା କରିବେ। ୧୪ଟି ପ୍ରସଙ୍ଗରେ ସରକାରଙ୍କଠାରୁ ଜବାବ ମାଗିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+