ବିଜେପି ଉପରେ ବର୍ଷିଲେ କେଜ୍ରିୱାଲ, କହିଲେ ମୁଁ ନଇଁବି ନାହିଁ
ବିଜେପି ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ବିଜେପି ଆମକୁ ଆକ୍ରୋଶ ମୂଳକ ଭାବରେ ହଇରାଣ କରୁଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟୀ(ଏଏପି) ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଭାଜପାକୁ ନେଇ ବଡ଼ ଦାବି କରିଛନ୍ତି । ତାଙ୍କୁ ଭାଜପାରେ ସାମିଲ ହେବା ଲାଗି ବାଧ୍ୟ କରାଯାଉଛି। ହେଲେ ସେ ନଇଁବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ତେବେ ଏଏପି ବିଧାୟକଙ୍କୁ ଭାଜପା ଘୋଡା ବେପାର କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଥିଲା । ଏବେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରୁଥିବା ବେଳେ କେଜ୍ରିଓ୍ବାଲଙ୍କ ବୟାନ ଚର୍ଚ୍ଚାର ବିଷୟ ପାଲଟିଛି ।

ଭାଜପା ଆମ ବିରୋଧରେ ଷଡଯନ୍ତ୍ର ରଚୁଛି, ହେଲେ ମୁଁ ଦୃଢ଼ ଅଛି। ନଇଁବି ନାହିଁ। ସେମାନେ ମୋତେ ଭାଜପାରେ ସାମିଲ ହେବାକୁ କହୁଛନ୍ତି, ହେଲେ କେବେ ବି ସେଠାକୁ ଯିବି ନାହିଁ ବୋଲି ଏକ ସ୍କୁଲର ଶିଳାନ୍ୟାସ କରିବା ଅବସରରେ କେଜରିଓ୍ବାଲ କହିଛନ୍ତି।
ନାଁ ନନେଇ ସେ ଆହୁରି କହିଛନ୍ତି ଯେ କେନ୍ଦ୍ର ଏବଂ ବିଜେପି ସମସ୍ତ ଏଜେନ୍ସିକୁ ଆମ ପଛରେ ଲଗାଇଛନ୍ତି। ସରକାରୀ ଏଜେନ୍ସିଗୁଡିକର ଦୂରୁପଯୋଗ କରାଯାଉଥିବା କେଜ୍ରିଓ୍ୱାଲ ଅଭିଯୋଗ କରିଛନ୍ତି। ସେ ପୁଣିଥରେ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କୁ ମିଛ ମାମଲାରେ ଜେଲ୍ରେ ବନ୍ଦ କରାଯାଇଥିବା ନେଇ ଅଭିଯୋଗ ଉଠାଇଛନ୍ତି। ଆଜି ଯଦି ମନୀଷ ସିସୋଦିଆ ଭଲ ବିଦ୍ୟାଳୟ ଓ ସତ୍ୟେନ୍ଦ୍ର ଜୈନ୍ ଭଲ ହସ୍ପିଟାଲ ନିର୍ମାଣ କରିନଥାନ୍ତେ, ତେବେ ସେମାନେ ଏମାନଙ୍କୁ ଗିରଫ କରିନଥାନ୍ତେ ବୋଲି କେଜ୍ରିଓ୍ୱାଲ କହିଛନ୍ତି।












Click it and Unblock the Notifications