ଇଡିରେ ହାଜର ହେବାକୁ ରାଜି ହେଲେ କେଜ୍ରିୱାଲ, ରଖିଲେ ଏହି ସର୍ତ୍ତ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶେଷରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ପ୍ରଶ୍ନର ଉତ୍ତର ଦେବାକୁ ରାଜି ହୋଇଛନ୍ତି। ଇଡି ଡାକରାରେ ହଜାର ହେବେ ବୋଲି କେଜ୍ରିୱାଲ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଇଡିଙ୍କ ସମନ ବେଆଇନ କିନ୍ତୁ ତଥାପି ସେ ଉତ୍ତର ଦେବାକୁ ପ୍ରସ୍ତୁତ ଅଛନ୍ତି । ଦିଲ୍ଲୀର ମଦ ସ୍କାମ ମାମଲାରେ ପଚରାଉଚରା ପାଇଁ ଇଡି କେଜ୍ରିୱାଲଙ୍କୁ 8 ଟି ସମନ ଜାରି କରିଛନ୍ତି। ତେବେ ଏପର୍ଯ୍ୟନ୍ତ ସେ ଇଡି ଆଗରେ ହାଜର ହୋଇନଥିଲେ ।

ବାରମ୍ବାର ଇଡି ଡାକରାକୁ ସାମ୍ନା କରୁଥିବା ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଇଡିଙ୍କ ପ୍ରଶ୍ନର ଉତ୍ତର ଦେବାକୁ ରାଜି ହୋଇଛନ୍ତି। ତେବେ ମାର୍ଚ୍ଚ 12 ପରେ ସେ ଏକ ତାରିଖ ପାଇଁ ଇଡିଙ୍କୁ କହିଛନ୍ତି। ଏହା ସହିତ କେଜ୍ରିୱାଲ ଆଉ ଏକ ସର୍ତ୍ତ ରଖିଛନ୍ତି ଯେ ସେ ଭିଡିଓ କନଫରେନ୍ସ ସାହାଯ୍ୟରେ ଇଡି ସମ୍ମୁଖରେ ହାଜର ହେବେ ଏବଂ ଏଜେନ୍ସିର ପ୍ରଶ୍ନର ଉତ୍ତର ଦେବେ ।
ତେବେ କେଜ୍ରିୱାଲ ଥରେ ବି ଏଜେନ୍ସି ଆଗରେ ହାଜର ହୋଇନାହାଁନ୍ତି। ଫେବୃଆରୀ 27 ରେ ତାଙ୍କୁ ଶେଷ ଅଷ୍ଟମ ସମନ ପଠାଇ ଡାକିଥିଲା । ମାର୍ଚ୍ଚ 4 ରେ ଏଜେନ୍ସି ତାଙ୍କୁ ହାଜର ହେବାକୁ କହିଥିଲେ। ଏହାପୂର୍ବରୁ 22 ଫେବୃଆରୀ, 2 ଫେବୃଆରୀ, 17 ଜାନୁଆରୀ, 3 ଜାନୁଆରୀ, 21 ଡିସେମ୍ବର ଏବଂ 2 ନଭେମ୍ବରରେ ସମନ ପଠାଯାଇଥିଲା।












Click it and Unblock the Notifications