ରାହୁଳଙ୍କ ଉପରେ ବର୍ଷିଲେ କେଜ୍ରିୱାଲ, କହିଲେ....
ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କଡ଼ା ସମାଲୋଚନା କରି ଗତକାଲି କହିଥିଲେ ଯେ ଆମ୍ ଆଦମୀ ପାର୍ଟି (ଆପ୍) ଆବାହକ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଭଳି ସମାନ ପ୍ରଚାର ଏବଂ ମିଥ୍ୟା ପ୍ରତିଶ୍ରୁତି ରଣନୀତି ଅନୁସରଣ କରୁଛନ୍ତି।
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ସାଧାରଣ ସଭାରେ ରାହୁଲ ଗାନ୍ଧି ପ୍ରତିଶ୍ରୁତି ଦେଇଥିଲେ ଯେ ଜାତୀୟ ରାଜଧାନୀରେ କଂଗ୍ରେସ କ୍ଷମତାକୁ ଆସିଲେ ଜାତିଗତ ଜନଗଣନା କରାଯିବ। ସଂରକ୍ଷଣ ସୀମା ବୃଦ୍ଧି କରିବା ସହ ଜାତିଗତ ଜନଗଣନା ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ରାହୁଲ ଗାନ୍ଧୀ କେଜ୍ରିୱାଲଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ । ଆଜି ଅରବିନ୍ଦ କେଜ୍ରିିୱାଲ ଏହାର ପାଲଟା ଜବାବ ଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ମୁଁ ରାହୁଲ ଗାନ୍ଧିଙ୍କ ବିରୋଧରେ କିଛି କହିବି ନାହିଁ। ମୁଁ ଦେଶକୁ ବଞ୍ଚାଇବା ପାଇଁ ଲଢ଼ୁଛି। ହେଲେ ସେ କଂଗ୍ରେସ ଦଳକୁ ବଞ୍ଚାଇବା ପାଇଁ ଯୁଦ୍ଧ କରୁଛନ୍ତି।

ସେହିପରି ବିଜେପି ଉପରେ ମଧ୍ୟ ବର୍ଷିଛନ୍ତି କେଜ୍ରିୱାଲ। ନିର୍ବାଚନରେ ବିଜେପି ଖୋଳାଖୋଲି ଭାବେ ଟଙ୍କା ବାଣ୍ଟୁଥିବା ସେ ଅଭିଯୋଗ ଆଣିଛନ୍ତି। ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ଦିଲ୍ଲୀରେ ଆପ୍ର ସ୍ଥିର ସରକାର ଗଠନ ହେବାକୁ ଯାଉଥିବା ନେଇ ସ୍ପଷ୍ଟ ହେବାରେ ଲାଗିଛି। ଦିଲ୍ଲୀ ହାସଲ କରିବାକୁ ବିଜେପି ଭୋଟରଙ୍କୁ ଟଙ୍କା ବାଣ୍ଟୁଛି। ଏହି କାରଣରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି।
କେଜ୍ରିୱାଲ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ନେତାମାନଙ୍କୁ ବାଣ୍ଟିବା ପାଇଁ ୧୦ ହଜାର ଲେଖାଏଁ ଦିଆଯାଇଥିଲା, କିନ୍ତୁ ସେମାନେ ନିଜ ପାଖରେ ୯ ହଜାର ରଖି ଲୋକମାନଙ୍କୁ କବେଳ ୧ ହଜାର ଟଙ୍କା ଦେଇଥିବା ସେ ଅଭିଯୋଗ ଆଣିଛନ୍ତି। ଏଥିଲାଗି ବିଜେପି ପ୍ରତି ଲୋକଙ୍କ ମଧ୍ୟରେ ଆସନ୍ତୋଷ ବଢ଼ିବାରେ ଲାଗିଛି ବୋଲି ସେ କହିଛନ୍ତି।












Click it and Unblock the Notifications