ବଡ ଘୋଷଣା କଲେ କେଜ୍ରିୱାଲ, ବିହାର ନିର୍ବାଚନରେ ଏକା ଲଢିବ ଆପ

ଆପ୍‌ର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ବଡ଼ ଘୋଷଣା । କହିଲେ ବିହାରରେ ନିର୍ବାଚନ ଲଢିବ ଆପ୍‌ । କ୍ରେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି ଏଥର ଆମର କାହା ସହ ହେବନି କୌଣସି ମେଣ୍ଟ । ଅହମ୍ମଦାବାଦରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ଷୋଷଣା କରିଛନ୍ତି କେଜ୍ରିୱାଲ । ଏଥିସହିତ ପ୍ରେସ କନ୍‌ଫରେନ୍ସରେ କଂଗ୍ରେସ ଏବଂ ବିଜେପି ଉପରେ ବର୍ଷିଛନ୍ତି ଆପ୍‌ ମୁଖ୍ୟ । କେଜ୍ରିୱାଲ ସ୍ପଷ୍ଟ କରିଛନ୍ତି ଯେ, କଂଗ୍ରେସ ସହ ହେବନି କୌଣସି ମେଣ୍ଟ । ଏବଂ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ଆପ୍‌ ଏକା ନିଜ ଦମ୍‌ରେ ମୈଇଦାନକୁ ଓହ୍ଲାଇବ ।

Kejriwal

ସେ ଆହୁରି ମଧ୍ୟ କହିଛନ୍ତି ଇଣ୍ଡିଆ ବ୍ଲକ କେବଳ ଲୋକସଭା ନିର୍ବାଚନ ପାଇଁ ଥିଲା । କିନ୍ତୁ ଏବେ ଆମର କାହାସହ କୌଣସି ମେଣ୍ଟ ହେବ ନାହିଁ । କେଜ୍ରିୱାଲ କହିଛନ୍ତି ଯେ ଆମର କଂଗ୍ରେସ ସହିତ କୌଣସି ମେଣ୍ଟ ନାହିଁ, ତେଣୁ ଆମେ ବିସାବଦରରେ ଅଲଗା ଭାବରେ ଲଢ଼ିଲୁ । ଆମେ ଗୁଜରାଟରେ ନିର୍ବାଚନ ଲଢ଼ିବୁ ଏବଂ ଜିତିବୁ । ଦିଲ୍ଲୀରେ ପରାଜୟ ବିଷୟରେ ସେ କହିଛନ୍ତି, ହାର୍‌ ଜିତ୍‌ ତ ଲାଗିଥାଏ । ପଞ୍ଜାବରେ ଆମର ସରକାର ପୁଣି ଥରେ ଗଠନ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି କେଜ୍ରିୱାଲ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+