‘ଜେଲ୍ ରେ ମୋର ଇନସୁଲିନ୍ ବନ୍ଦ କରିଦେଇଥିଲେ'

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅର୍ଥ ହେରଫେର ମାମଲାରେ ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯିବା ପରେ କେନ୍ଦ୍ର ସରାକରଙ୍କୁ ଘନ ଘନ କରୁଛନ୍ତି ଟାର୍ଗେଟ । ଆଉ ସେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି । ଯଦି ଏଥର ବିଜେପି ନିର୍ବାଚନ ଜିତିଯାଏ ତେବେ ବିରୋଧୀ ଦଳର ସମସ୍ତ ନେତା ଜେଲ ଯିବେ ।

ଏବେ ସେମାନେ କେରଳ ମୁଖ୍ୟମନ୍ତ୍ରୀଙ୍କ ପଛରେ ପଡ଼ିଛନ୍ତି । ଘୋଷଣାପତ୍ରରେ ଲେଖିକରି ରଖ ଯେ ଯଦି ଏମାନେ ନିର୍ବାଚନ ଜିତିଯାଆନ୍ତି ତେବେ ମମତା ବାନାର୍ଜୀ, ତେଜସ୍ୱୀ ଯାଦବ, ପିନରାଇ ବିଜୟନ, ଏମ୍‌କେ ଷ୍ଟାଲିନ୍ ଏବଂ ଉଦ୍ଧବ ଠାକରେ ଜେଲ ଯିବେ । ସେମାନେ ନିଜ ନେତାଙ୍କ ରାଜନୈତିକ କ୍ୟାରିୟର ଶେଷ କରିଛନ୍ତି । ଆଗାମୀ ନମ୍ବର ଯୋଗୀ ଆଦିତ୍ୟନାଥଙ୍କର । ଯଦି ଏମାନେ ନିର୍ବାଚନ ଜିତିଲେ ଦୁଇ ମାସ ମଧ୍ୟରେ ୟୁପିର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହୋଇଯିବ ।

arvind kejriwal

ସେ ଆହୁରି ବିଜେପି ଉପରେ ଅଭିଯୋଗ କରି କହିଛନ୍ତି ଯେ, ଡାକ୍ତରଖାନାରେ ମାଗଣା ଚିକିତ୍ସା ପାଇଁ ବ୍ୟବସ୍ଥା କରାଇଥିଲି, କିନ୍ତୁ ଯେତେବେଳେ ମୁଁ ତିହାରକୁ ଗଲି, ମୋର ଔଷଧ ୧୫ ଦିନ ପାଇଁ ବନ୍ଦ କରିଦିଆଗଲା । ମୋର ଇନସୁଲିନ୍ ବନ୍ଦ କରିଦେଲେ । ଜେଲ୍ ରୁ ବାହାରିବା ପରେ ଆଜି ବିଜେପି ଉପରେ ଏଭଳି ଅଭିଯୋଗ ଆଣିଛନ୍ତି ଅରବିନ୍ଦ କେଜ୍ରିୱାଲ ।

ସେ ଆହୁରି କହିଛନ୍ତି ଯେ, 'ଯେଉଁମାନେ ଜେଲରେ ମୋତେ ଭେଟିବାକୁ ଆସୁଥିଲେ ସେମାନେ ମୋ ସ୍ୱାସ୍ଥ୍ୟ ବିଷୟରେ ପଚାରିଥିଲେ । ହେଲେ ମୁଁ ସେମାନଙ୍କୁ କହୁଥିଲି, ମୋର ସ୍ୱାସ୍ଥ୍ୟ ବିଷୟରେ ଭୁଲିଯାଅ, ମୋ ଦିଲ୍ଲୀର ସ୍ୱାସ୍ଥ୍ୟ କିପରି ଅଛି କୁହ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+