ସିନେମା ଷ୍ଟାଇଲ ଭଳି ଦିଲ୍ଲୀରେ ବିଜେପି, ଆପ ମୁହାଁମୁହିଁ ; କେଜ୍ରିୱାଲ କହିଲେ ଏମିତି

ବିଧାନସଭା ନିର୍ବାଚନ ପୂର୍ବରୁ ପୁଣି ଥରେ ଦିଲ୍ଲୀରେ ବିଜେପି ଏବଂ ଶାସକ ଦଳ ଆମ ଆଦମୀ ପାର୍ଟି ମଧ୍ୟରେ ଦେଖିବାକୁ ମିଳିଛି ପୋଷ୍ଟର ଓ୍ବାର । ଏକ ପୋଷ୍ଟରରେ 'ଆପ୍‌' କରିଥିବା ବିଭିନ୍ନ ଘୋଟାଲା ଦର୍ଶାଇ ବିଜେପି ଟାର୍ଗେଟ କରିଥିବାବେଳେ ଏହାର ପାଲଟ ଜବାବ ଦେଇଛି ଆମ ଆଦମୀ ପାର୍ଟୀ। ଦିଲ୍ଲୀ ଶାସକ ଦଳ ଆପ୍ ଫିଲ୍ମ 'ପୁଷ୍ପା' ଷ୍ଟାଇଲରେ ବିଜେପି ଉପରେ ପାଲଟା ଆକ୍ରମଣ କରିଛି।

Arvind Kejriwal

ସୂଚନା ଅନୁଯାୟୀ, ବିଜେପି ଶନିବାର ଏକ ପୋଷ୍ଟର ଜାରିରେ ଆପ୍ ସରକାରର କଥିତ ଘୋଟାଲା ବିଷୟରେ କହିଛି। ପୋଷ୍ଟରରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆପ୍‌ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିଓ୍ବାଲଙ୍କ ଫଟୋ ଲଗାଯାଇଛି। ଏହାର କ୍ୟାପ୍ସନରେ କେଜରିଓ୍ବାଲଙ୍କ ଘୋଟାଲର ବୁଢ଼ିଆଣୀ ଜାଲ ସହ ମଦ ଦୁର୍ନୀତି, ମୋହଲ୍ଲା କ୍ଲିନିକ୍, ସିକ୍ୟୁରିଟି, ରାସନ, ପାନିକ୍‌ ବଟନ, ଶୀଶମହଲ, ଔଷଧ, ଦିଲ୍ଲୀ ଜଳ ବୋର୍ଡ, କ୍ଲାସରୁମ ଏବଂ ସିସିଟିଭି ଘୋଟାଲାକୁ ଦର୍ଶାଯାଇଛି।

ଆଉ ଏହାର ଜବାବରେ ଆପ୍ ମଧ୍ୟ ପୋଷ୍ଟରରେ ଦିଲ୍ଲୀ ଆଇନ ବ୍ୟବସ୍ଥାକୁ ନେଇ ବିଜେପିକୁ ଘେରିଛି। ଆପ୍ ଏକ ପୋଷ୍ଟରେ ଅରବିନ୍ଦ କେଜରିଓ୍ବାଲଙ୍କ ହାତରେ ଝାଡ଼ୁ ଦେଖାଇ ପୁଷ୍ପା ଷ୍ଟାଇଲରେ 'ପୁଣି ଆସୁଛି କେଜରିଓ୍ବାଲ' ଲେଖିବା ସହ ବିଜେପି ଉପରେ ପାଲଟା ଆକ୍ରମଣ କରିଛି। ଏହି ଫଟୋର କ୍ୟାପ୍ସନରେ 'କେଜରିଓ୍ବାଲ ଝୁକେଗା ନେହିଁ', 'କେଜରିଓ୍ବାଲ ୪ ଟର୍ମ କମିଙ୍ଗ ସୁନ୍‌' ମଧ୍ୟ ଲେଖାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+