ଜେଲରେ କେଜ୍ରିୱାଲ, ସିସୋଦିଆଙ୍କୁ ମିଳିଲା ଆପର ବଡ ଦାୟିତ୍ଵ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଜେଲରେ ଅଛନ୍ତି। ତାଙ୍କ ଅନୁପସ୍ଥିତିରେ ନିକଟରେ ଜେଲରୁ ବାହାରିଥିବା ଆପର ନମ୍ବର ୨ ନେତା ମନୀଷ ସିସୋଦିଆଙ୍କୁ ଗୁରୁଦାୟିତ୍ୱ ମିଳିବ। ନିକଟରେ ଅନୁଷ୍ଠିତ ହେବାକୁ ଥିବା ଦିଲ୍ଲୀ ଓ ହରିୟାଣା ବିଧାନସଭା ନିର୍ବାଚର ପ୍ରଚାର ମଙ୍ଗ ସିସୋଦିଆ ଧରିବେ। ତାଙ୍କ ନେତୃତ୍ୱରେ ଆପ୍‌ ଦୁଇଟି ଯାକ ବିଧାନସଭା ନିର୍ବାଚନ ଲଢ଼ିବ ବୋଲି ଜଣାପଡ଼ିଛି।

Manish Sisodia

ଦିଲ୍ଲୀ ଅବକାରୀ ନୀତି ସହ ଜଡ଼ିତ ଦୁର୍ନୀତି ଓ ମନି ଲଣ୍ଡରିଂ ମାମଲାରେ ସିସୋଦିଆ ଗିରଫ ହୋଇ ଜେଲରେ ଥିଲେ। ଦୀର୍ଘ ୧୭ ମାସ ପରେ ସେ ଶୁକ୍ରବାର ଜେଲରୁ ବେଲ ବଳରେ ମୁକୁଳିଛନ୍ତି।

ଏହାପରେ ସେ ଆପର ପ୍ରଚାର ମଙ୍ଗ ଧରିବାକୁ ଯାଉଛନ୍ତି। ଏନେଇ ଆଜି ସିସୋଦିଆ ଦଳର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା ମଧ୍ୟ କରିବେ। ସନ୍ଧ୍ୟା ୬ଟାରେ ସିସୋଦିଆଙ୍କ ବାସଭବନରେ ବୈଠବ ବସିବ।

୧୭ ମାସ ତଳେ ସିସୋଦିଆ ଗିରଫ ହୋଇଥିବା ବେଳେ ନିକଟରେ କେଜ୍ରିୱାଲଙ୍କୁ ଜେଲ ଯିବାକୁ ପଡ଼ିଥିଲା। ଦଳର ଦୁଇ ହେଭିୱେଟ ନେତା ଜେଲରେ ଥିବାରୁ ଆପ୍‌ ସମାନ୍ୟ ଚିନ୍ତାରେ ରହିଥିଲା। କିନ୍ତୁ ସିସୋଦିଆ ଜେଲରୁ ବାହାରି ଥିବାରୁ ଏବେ ଆପକୁ କିଛିଟା ବଳ ମିଳିଛି।

ଦିଲ୍ଲୀ ଓ ପଞ୍ଜାବରେ ଆପ୍‌ କ୍ଷମତାରେ ରହିଛି। ଏବେ ଦଳ ଚଳିତ ବର୍ଷ ଶେଷ ଭାଗରେ ଅନୁଷ୍ଠିତ ହେବାକୁ ଥିବା ହରିୟାଣା ବିଧାନସଭାରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛି। ଆପ୍‌ ହରିୟାଣର ସମସ୍ତ ୯୦ ଆସନରେ ଏକାକୀ ଲଢ଼ିବ ବୋଲି ଘୋଷଣା କରିଛି। ସେହିପରି ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ଆରମ୍ଭରୁ ଅନୁଷ୍ଠିତ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+