ସୁପ୍ରିମକୋର୍ଟରୁ କେଜ୍ରିୱାଲଙ୍କୁ ଆଶ୍ୱସ୍ତି ; ରାୟ ସଂରକ୍ଷିତ ରଖିଲେ କୋର୍ଟ
ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ଦ୍ୱାରା ହୋଇଥିବା ଗିରଫଦାରୀ ବିରୋଧରେ ଅରବିନ୍ଦ କେଜ୍ରିୱାଲ କରିଥିବା ଆବେଦନର ଶୁଣାଣି ଆଜି ସୁପ୍ରିମକୋର୍ଟ କରିଛନ୍ତି। ଏହି ସମୟରେ କେଜ୍ରିୱାଲଙ୍କ ଓକିଲ ଅଭିଷେକ ମନୁସିଙ୍ଘଭୀ ଦମଦାର ଯୁକ୍ତି ଉପସ୍ଥାପନ କରିଛନ୍ତି।

ଯୁକ୍ତି ଶୁଣିବା ପରେ ସର୍ବୋଚ୍ଚ ଅଦାଲତନ ଇଡିକୁ ନୂଆ ତଥ୍ୟ ସବୁ ଆଣିବାକୁ କହିଛନ୍ତି। ଆଜି ସୁପ୍ରିମକୋର୍ଟ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଛନ୍ତି ସତ କିନ୍ତୁ କେଜ୍ରିୱାଲଙ୍କୁ ତଳ କୋର୍ଟରେ ନିୟମିତ ଜାମିନ ଆବେଦନ କରିବାକୁ ଅନୁମତି ଦେଇଛନ୍ତି।
ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ ଇଡି ଦେଇଥିବା ଲଖିତ ତଥ୍ୟକୁ ପଢ଼ିଥିଲେ। ଏହାପରେ ଦିଲ୍ଲୀ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଗିରଫଦାରୀ ପରେ ଆଉ କ'ଣ ସବୁ ନୂଆ ପ୍ରମାଣ ମିଳିଛି, ସେସବୁ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନୂଆ ତଥ୍ୟ ଆଧାରରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିଥିବା ଦାବି କରୁଥିବାରୁ ସୁପ୍ରିମକୋର୍ଟ ଏପରି କହିଛନ୍ତି।
ଇଡି ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା। ତେବେ ଦେଶରେ ଲୋକସଭା ନିର୍ବାଚନ ଚାଲିଥିବାରୁ ମେ' ୧୦ରେ ୨୧ ଦିନ ପାଇଁ ସୁପ୍ରିମକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ଦେଇଛନ୍ତି। ହେଲେ ସେ ଇଡିର ଗିରଫଦାରୀକୁ ଚ୍ୟାଲେଞ୍ଜ କରିଥିବା ଆବେଦନର ଶୁଣାଣି ସୁପ୍ରିମକୋର୍ଟରେ ଚାଲିଛି।












Click it and Unblock the Notifications