ଇଡିର ୪ର୍ଥ ସମନ ପରେ ବି ହାଜର ହେଲେ ନାହିଁ କେଜ୍ରିୱାଲ, ଇଡିକୁ କହିଲେ ଏମିତି
ନୂଆଦିଲ୍ଲୀ: ଆଜି ବି ଇଡିରେ ହାଜର ହେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅବକାରୀ ଦୁର୍ନୀତି ମାମଲାରେ ହାଜର ହେବାକୁ କେଜ୍ରିୱାଲଙ୍କୁ ଚତୁର୍ଥ ଥର ପାଇଁ ନୋଟିସ ଜାରି କରାଯାଇଥିଲେ ମଧ୍ୟ ସେ ହାଜର ହୋଇନାହାନ୍ତି । କେଜ୍ରିୱାଲ ଏହି ସମନକୁ ବେଆଇନ କହିଛନ୍ତି । ଦୁଇ ବର୍ଷ ଧରି ଏହି ମାମଲାରେ ଅନୁସନ୍ଧାନ ଚାଲିଛି କିନ୍ତୁ ସେମାନେ ତଦନ୍ତରେ କିଛି ହାସଲ କରିନାହାଁନ୍ତି ।
ଲୋକସଭା ନିର୍ବାଚନ ପୂର୍ବରୁ ମୋତେ ଗିରଫ କରି ନିର୍ବାଚନ ପ୍ରଚାରରୁ ହଟାଇବାକୁ ଚାହୁଁଛନ୍ତି ବୋଲି କେଜ୍ରିୱାଲ ଅଭିଯୋଗ କରିଛନ୍ତି କେଜ୍ରିୱାଲ କହିଛନ୍ତି, ଇଡି ମୋତେ ଚତୁର୍ଥ ନୋଟିସ ପଠାଇଛି । ଏଥିରେ ସେମାନେ ୧୮ କିମ୍ବା ୧୯ ଜାନୁଆରୀ ମଧ୍ୟରେ ଯେକୌଣସି ତାରିଖରେ ଆସିବା ଉଚିତ୍ ବୋଲି କହିଛନ୍ତି । ଏହି ନୋଟିସ ଆଇନ ଦୃଷ୍ଟିରୁ ବେଆଇନ ।
ଯେତେବେଳେ ଇଡି ଦ୍ୱାରା ଏହିପରି ଅଣ-ନିର୍ଦ୍ଦିଷ୍ଟ ବିଜ୍ଞପ୍ତି ପଠାଯାଏ, କୋର୍ଟ ତାହା ପ୍ରତ୍ୟାଖ୍ୟାନ କରିଛନ୍ତି । ସେମାନଙ୍କୁ ଅବୈଧ ଏବଂ ବେଆଇନ ଘୋଷଣା କରାଯାଇଛି । ମୁଁ ଇଡିକୁ ଲେଖିଛି କିନ୍ତୁ ଇଡି କୌଣସି ଉତ୍ତର ଦେଇନାହିଁ । ଅନ୍ୟପଟରେ ଆମ୍ ଆଦମୀ ପାର୍ଟି (ଆପ୍ ) କହିଛି ଯେ ତାଙ୍କୁ ଲୋକସଭା ନିର୍ବାଚନରେ ପ୍ରଚାର ନକରିବା ପାଇଁ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡ଼ି କାର୍ଯ୍ୟାଳୟକୁ ଡକାଯାଉଛି । ଦିଲ୍ଲୀ ସିଏମଙ୍କୁ ଗିରଫ କରିବା ହେଉଛି ବିଜେପିର ଲକ୍ଷ୍ୟ ।

ଆପ୍ ଦାବି କରିଛି ଯେ କେଜ୍ରିୱାଲ ଜଣେ ଅଭିଯୁକ୍ତ ନୁହଁନ୍ତି, କିନ୍ତୁ ତଥାପି ତାଙ୍କ ବାରମ୍ବାର ସମନ ପଠାଉଛି ଇଡି । ଦିଲ୍ଲି ସିଏମ୍ କହିଛନ୍ତି , ରାଜନୈତିକ ଷଡଯନ୍ତ୍ରର ଏକ ଅଂଶ ଭାବରେ ଇଡି ନୋଟିସ ପଠାଉଛି । ଦୁଇ ବର୍ଷ ଧରି ଏହି ଅନୁସନ୍ଧାନ ଚାଲିଛି । ଦୁଇ ବର୍ଷ ମଧ୍ୟରେ ସେମାନେ କିଛି ପାଇଲେ ନାହିଁ, ଅନେକଥର କୋର୍ଟ ସେମାନଙ୍କୁ ପଚାରିଛନ୍ତି । କେତେ ଟଙ୍କା ମିଳିଲା, କୌଣସି ସୁନା ମିଳିଲା, କୌଣସି ଜାଗାରେ ଜମି ମିଳିଲା, କେତେ ଟଙ୍କା ଜବତ ହେଲା ।
ଲୋକଙ୍କୁ ମାଡ ଦିଆଯାଉଛି ଏବଂ ମିଥ୍ୟା ବିବୃତ୍ତି ନିଆଯାଉଛି । ସେ ଆହୁରି କହିଛନ୍ତି ଯେ ଦୁର୍ନୀତିଗ୍ରସ୍ତ ନେତାମାନେ ବିଜେପିରେ ଯୋଗଦେବା ମାତ୍ରେ ସେମାନଙ୍କ ବିରୋଧରେ ଚାଲିଥିବା ମାମଲା ବନ୍ଦ ହୋଇଯାଏ । ଆମେ କୌଣସି ଦୁର୍ନୀତି କରିନାହୁଁ, ଏବଂ ଆମର କୌଣସି ନେତା ବିଜେପିରେ ଯୋଗଦେବେ ନାହିଁ ।












Click it and Unblock the Notifications