ପୁଣି ନିରାଶ ହେଲେ କେଜ୍ରିୱାଲ, ଏପ୍ରିଲ ୩ରେ ପରବର୍ତ୍ତୀ ଶୁଣାଣି
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆରାମ ମିଳିନାହିଁ। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୩ ରେ ହେବ। ଅରବିନ୍ଦ କେଜ୍ରିୱାଲ ବୁଧବାର ଦିଲ୍ଲୀ ହାଇକୋର୍ଟଙ୍କୁ ଇଡି ହେପାଜତରୁ ତୁରନ୍ତ ମୁକ୍ତ କରିବାକୁ କରିଛନ୍ତି । କେଜ୍ରିୱାଲ ଯୁକ୍ତି କରିଛନ୍ତି ଯେ ନିର୍ବାଚନ ସମୟରେ ତାଙ୍କୁ ଗିରଫ କରିବା ସମ୍ବିଧାନର ମୌଳିକ ଗଠନ ବିରୁଦ୍ଧ ଅଟେ।

ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିନାହିଁ। ସେ ଇଡିର ଗିରଫଦାରୀ ଓ ରିମାଣ୍ଡକୁ ବେଆଇନ ଦର୍ଶାଇ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। କିନ୍ତୁ କୋର୍ଟ ତାଙ୍କୁ ଆଶ୍ୱସ୍ତି ଦେଇ ନାହାନ୍ତି।
ଅବକାରୀ ନୀତି ଦୁର୍ନୀତି ଘଟଣାରେ ଇଡି ଗୋଟିଏ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା। ଏହି ମାମଲାରେ କେଜ୍ରିୱାଲଙ୍କୁ ଇଡି ମାର୍ଚ୍ଚ ୨୧ରେ ଗିରଫ କରି ୨୮ ଯାଏ ରିମାଣ୍ଡରେ ନେଇଛି। ଏହାକୁ କେଜ୍ରିୱାଲଙ୍କ ପକ୍ଷରୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା।
କେଜ୍ରିୱାଲଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲ ତାଙ୍କର ତୁରନ୍ତ ଖଲାସ ଦାବି ଓ ଆବେଦନର ଜରୁରୀ ଶୁଣାଣି ପାଇଁ ନିବେଦନ କରିଥିଲେ। କିନ୍ତୁ ଇଡି ତୁରନ୍ତ ଶୁଣାଣିକୁ ବିରୋଧ କରିଥିଲା। ଉଭୟ ଆବେଦନ ଉପରେ ଜବାବ ଦାଖଲ କରିବାକୁ ତଦନ୍ତକାରୀ ସଂସ୍ଥା କିଛି ସମୟ ମାଗିଥିଲା।
ଇଡି ପକ୍ଷରୁ ଆଡିସିନାଲ ସଲିସିଟିର ଜେନେରାଲ ଏସ୍ଭି ରାଜୁ କହିଥିଲେ ଯେ ମଙ୍ଗଳବାର ଆମକୁ ଆବେଦନର କପି ମିଳିଛି। ଏହା ଉପରେ ଜବାବ ରଖିବା ପାଇଁ କିଛି ସମୟ ଦରକାର।












Click it and Unblock the Notifications