ଶାହାଙ୍କ ଉପରେ ବଡ଼ ବୟାନ ଦେଲେ କେଜ୍ରିୱାଲ, କହିଲେ ...
ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ଜାମିନ ପରେ ବାହାରକୁ ଆସିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ସର୍ବୋଚ୍ଚ ଅଦାଲତ ତାଙ୍କୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ସର୍ଭମୂଳକ ଜାମିନ୍ ପ୍ରଦାନ କରିଛନ୍ତି । କ୍ରେଜିୱାଲଙ୍କୁ ଜାମିନ ମିଳିବା ପରେ ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦେଇଥିଲେ ବୟାନ ।
ଶାହା କହିଥିଲେ , ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଆମ ଆଦମୀ ପାର୍ଟି ମୁଖ୍ୟ କେଜରିୱାଲ ଲୋକ ସଭା ନିର୍ବାଚନ ପାଇଁ ପ୍ରଚାର ତ କରିବେ ହେଲେ ଜନତାଙ୍କୁ ତାଙ୍କର ଅବକାରୀ ଦୂର୍ନୀତିକୁ ମନେ ରହିବ । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଶାହ ଆହୁରି କହିଛନ୍ତି, କେଜରିୱାଲ ଆନ୍ତରୀଣ ଜାମିନରେ ଅଛନ୍ତି ।
ତାଙ୍କୁ ଜୁନ ୧ରେ ପୁଣି କୋର୍ଟଙ୍କ ସାମ୍ନାରେ ଆତ୍ମ ସମର୍ପଣ କରିବାକୁ ପଡିବ । ସେ ଏହି ସମୟରେ ନିର୍ବାଚନୀ ପ୍ରଚାର ତ କରି ପାରିବେ ହେଲେ ସେ ଯେଉଁ ଯେଉଁ ସ୍ଥାନରେ ପ୍ରଚାର କରିବେ ଲୋକେ ନିହାତି ଭାବେ ଅବକାରୀ ଦୂର୍ନୀତିକୁ ମନେ ପକାଇବେ ବୋଲି କହିଥିଲେ ଅମିତ ଶାହା ।

ଆଜି କେଜ୍ରିୱାଲ କହିଛନ୍ତି ଆମ ଦେଶକୁ ଏକଛତ୍ରବାଦୀ ଶାସନରୁ ରକ୍ଷା କରିବାକୁ ହେବ । କେଜରିୱାଲ ବିଜପିକୁ ପ୍ରଶ୍ନ କରି କହିଛନ୍ତି ଯେ, ତୁମର ପ୍ରଧାନମନ୍ତ୍ରୀ କିଏ ହେବ । ଆପଣ ହୁଏତ ଭାବୁଥିବେ ଯେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ, କିନ୍ତୁ ନା, ଆସନ୍ତା ବର୍ଷ ମୋଦି ୭୫ ବର୍ଷ ବୟସ ଅତିକ୍ରମ କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ନିଜେ ଭାଜପା ଭିତରେ ଏକ ନିୟମ କରିଛନ୍ତି ଯେ ୭୫ ବର୍ଷ ବୟସ ପରେ ସେ ଅବସର ଗ୍ରହଣ କରିବେ ।
ପ୍ରଥମେ ଲାଲ କୃଷ୍ଣ ଆଡଭାନୀ ଏବଂ ପରେ ଅବସର ନେଇଛନ୍ତି ମୁରଲି ମନୋହର ଯୋଶୀ । କେଜ୍ରିୱାଲ କହିଛନ୍ତି ଯେ ଏଭଳି ପରିସ୍ଥିତିରେ ଯଦି ବିଜେପି ସରକାର ଗଠନ କରେ ତେବେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦେଶର ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି କହିଛନ୍ତ କେଜ୍ରିୱାଲ । ଅନ୍ୟପଟେ ଆଜି ସଂନ୍ଧ୍ୟାରେ କେଜ୍ରିୱାଲ ଦୁଇଟି ରୋଡ୍ ସୋ'ର ଆୟୋଜନ କରିବେ । ଗୋଟିଏ ଦକ୍ଷିଣ ଦିଲ୍ଲୀରେ ଅପରାହ୍ନ ୪ଟା ଏବଂ ଅନ୍ୟଟି ପୂର୍ବ ଦିଲ୍ଲୀରେ ସନ୍ଧ୍ୟା ୬ ଟାରେ ହେବ ବୋଲି ସୂଚନା ରହିଛି । ଏହି ରୋଡ୍ ସୋ'ରେ ସେ ଆପ୍ ପାଇଁ ନିର୍ବାଚନୀ ପ୍ରଚାର କରିବେ ।












Click it and Unblock the Notifications