Get Updates
Get notified of breaking news, exclusive insights, and must-see stories!

ଚାଷୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର କାର୍ଯ୍ୟକାରୀ କରିବେ ନୂତନ ବିହନ ଆଇନ ଓ ସଂଶୋଧିତ ସାର ଆଇନ

ଚାଷୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଦୁଇଟି ପ୍ରମୁଖ ସଂସ୍କାରମୂଳକ ପଦକ୍ଷେପ କାର୍ଯ୍ୟକାରୀ କରିବେ ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ୍‍ କହିଛନ୍ତି । ସେଗୁଡ଼ିକ ହେଲା - ନୂତନ ବିହନ ଆଇନ ଏବଂ ସଂଶୋଧିତ ସାର ଆଇନ । ଆଜି ଉତ୍ତରାଖଣ୍ଡର ମସୌରୀଠାରେ ଏକ ସମ୍ବାଦିକ ସମ୍ବିଳନୀରେ ଉଦ୍‍ବୋଦନ ଦେଇ କୃଷିମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଚାଷୀମାନଙ୍କୁ ଆଧୁନିକ ଜ୍ଞାନକୌଶଳ ଏବଂ ସୁଦୃଢ଼ ବୈଧାନିକ ବ୍ୟବସ୍ଥା ମାଧ୍ୟମରେ ସଶକ୍ତ କରିବା ଉଦ୍ଦେଶ୍ୟରେ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି ।

farmer

ଏହାଦ୍ୱାରା କେବଳ କୃଷିଜାତ ଦ୍ରବ୍ୟ ଅମଳ ବୃଦ୍ଧି ହେବ ନାହିଁ; ବରଂ କୃଷକମାନଙ୍କର ଆର୍ଥିକ ସ୍ଥିତିରେ ମଧ୍ୟ ଉନ୍ନତି ଆସିପାରିବ । ଶ୍ରୀ ଚୌହାନ କହିଛନ୍ତି, ଚାଷୀମାନଙ୍କର ସୁବିଧା ଲାଗି ସରକାର ଏକ ପ୍ରମୁଖ ଡିଜିଟାଲ୍‍ ପ୍ଲାଟ୍‍ଫର୍ମର ଅପ୍‍ଡେଟ୍‍ କରୁଛନ୍ତି । ଏକ୍‍ ଭାରତ ପଦକ୍ଷେପ ଅଧୀନରେ କୃତ୍ରିମ ବୁଦ୍ଧିମତ୍ତା ଭିତ୍ତିକ ବ୍ୟବସ୍ଥାର ବିକାଶ କରାଯାଉଛି । ଏହାଦ୍ୱାରା ଗୋଟିଏ ସ୍ଥାନରେ ଚାଷୀମାନେ ସମସ୍ତ ତଥ୍ୟ ସମ୍ପର୍କରେ ଅବଗତ ହୋଇପାରିବେ ବୋଲି ଶ୍ରୀ ଚୌହାନ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+