ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହେଲା କେଦାରନାଥ ଯାତ୍ରା
ପ୍ରବଳ ବର୍ଷାରେ ବେହାଲ ହୋଇପଡିଛି ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଭଳି ରାଜ୍ୟ । ପ୍ରବଳ ବର୍ଷା ଯୋଗୁଁ କେଦାରନାଥ ଯାତ୍ରା ବନ୍ଦ କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ଯାତ୍ରୀଙ୍କୁ ସୋନପ୍ରୟାଗ ଏବଂ ଗୌରୀକୁଣ୍ଡରେ ଅଟକାଯାଇଛି । ପାଣିପାଗ ବିଭାଗ ଆଜି ରୁଦ୍ରପ୍ରୟାଗ ଏବଂ ଚାମୋଲି ଜିଲ୍ଲା ପାଇଁ ପ୍ରବଳ ବର୍ଷା ହେବାର ସତର୍କତା ଜାରି କରିଛି ।

ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ଭୁସ୍ଖଳନ ପରେ ବଦ୍ରିନାଥକୁ ଯିବା ରାସ୍ତା ମଧ୍ୟ ବନ୍ଦ ହୋଇଯାଇଛି । ଗୌରୀକୁଣ୍ଡରେ ରାସ୍ତା ସଫା କାର୍ଯ୍ୟ ଜାରି ରହିଛି, ଯାହା ଦ୍ଵାରା ଯାତ୍ରା ଶୀଘ୍ର ଆରମ୍ଭ ହୋଇପାରିବ।












Click it and Unblock the Notifications