ଯାତ୍ରୀଙ୍କ ପାଇଁ ଖୁସି ଖବର , ପୁଣି ଆରମ୍ଭ ହେଲା କେଦାରନାଥ ଯାତ୍ରା
ଉତ୍ତରାଖଣ୍ଡ ସ୍ଥିତ ଭଗବାନ ଶିବଙ୍କ ୧୧ ତମ ଜ୍ୟୋର୍ତିଂଲିଙ୍ଗ ବାବା କେଦାରନାଥ ଧାମର ଯାତ୍ରା ଶନିବାର ପୁଣିଥରେ ଆରମ୍ଭ ହୋଇଛି। ପଦଯାତ୍ରା ମାର୍ଗରେ ଭୂସ୍ଖଳନ କାରଣରୁ ଏହି ଯାତ୍ରା ବହୁଦିନ ହେବ ବନ୍ଦ ଥିଲା। କିନ୍ତୁ ଏବେ ବାବା କେଦାରନାଥଙ୍କ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କୁ ପୂର୍ବ ତୁନଳାରେ ଅଧିକ ପଦଯାତ୍ରା କରି ବାବାଙ୍କ ଧାମରେ ପହଁଞ୍ଚିବାକୁ ହେବ।

ରୁଦ୍ରପ୍ରୟାଗ ପୋଲିସ ଅଧୀକ୍ଷକ ସର୍ବେଶ ସିଂହ ପାଓ୍ବାର କହିଛନ୍ତି ଯେଉଁ କିଛି ମୁଖ୍ୟ ସଡକ ମାର୍ଗ ପର୍ଯ୍ୟନ୍ତ ଚାଲିବା ଯୋଗ୍ୟ ରହିଛି। ଯିବା ଆସିବା ପାଇଁ ରାସ୍ତା ଭଲ ହେବାପରେ ସୋନପ୍ରୟାଗରୁ ଯାତ୍ରୀଙ୍କ ଗୋଷ୍ଠୀଙ୍କୁ ଗୌରିକୁଣ୍ଡ ଦେଇ କେଦାରନାଥ ପାଇଁ ପଠାଯାଇଛି। କ୍ଷତିଗ୍ରସ୍ତ ହୋଇଥିବା ସ୍ଥାନରେ ବାହନ ଆଗମନ ଆରମ୍ଭ ହେବା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କୁ ପ୍ରାୟ ୨୨ କିଲୋମିଟର ପର୍ଯ୍ୟନ୍ତ ଚାଲିକି କେଦାରନାଥ ଧାମ ଯାତ୍ରା କରିବାକୁ ହେବ। ବର୍ଷା ହେବା ଯୋଗୁଁ ଅସ୍ଥାୟୀ ଭାବରେ ବାହନ ଚଳାଚଳ ବନ୍ଦ ରହିଛି।












Click it and Unblock the Notifications