ସ୍ଥଗିତ ରହିଲା କେଦାରନାଥ ଯାତ୍ରା, ଭୂସ୍ଖଳନ ଯୋଗୁଁ ରାସ୍ତା ବନ୍ଦ, ଅଟକିଲେ ଯାତ୍ରୀ
ଭିଷଣ ବର୍ଷା ଯୋଗୁଁ ସୋନପ୍ରୟାଗ-ଗୌରୀକୁଣ୍ଡ ରାସ୍ତାରେ ଏକ ବଡ଼ ଭୂସ୍ଖଳନ ହୋଇଛି । ଯେଉଁ କାରଣ ପାଇଁ କେଦାରନାଥ ଯାତ୍ରାକୁ ସ୍ଥଗିତ ରଖାଯାଇଛି । ମୁନକଟିଆଠାରୁ ପ୍ରାୟ ଦେଢ଼ କିଲୋମିଟର ଆଗକୁ ପାହାଡର ଏକ ବଡ଼ ଅଂଶ ଧସିଯିବାରୁ ରୁଦ୍ରପ୍ରୟାଗ-ଗୌରୀକୁଣ୍ଡ ଜାତୀୟ ରାଜପଥ ବନ୍ଦ ହୋଇଯାଇଛି । ଉଭୟ ପାର୍ଶ୍ୱରୁ ଯାତାୟାତ ବନ୍ଦ ହୋଇଯାଇଛି । କିଛି ଦିନ ହେଲା ବର୍ଷା ଲାଗି ରହିଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଭୂସ୍କଳନ ଦେଖିବାକୁ ମିଳିଛି । ରାସ୍ତାରେ ବଡ଼ ପଥର ପଡିଥିବା ଯୋଗୁଁ ରାତି ହୋଇଥିବାରୁ ଜେସିବି ମେସିନରେ ପଥର, ବାଲି କାଢିବା ସମ୍ଭବ ହୋଇନାହିଁ ।

ମୁନକଟିଆ ଏବଂ ଗୌରୀକୁଣ୍ଡ ମଧ୍ୟରେ ପ୍ରାୟ ୫୦ରୁ ୭୦ ମିଟର ରାସ୍ତା ଧୋଇଯାଇଛି । ଫଳରେ ଉଭୟ ପଟରେ ଗାଡି ଅଟକି ରହିଛି । ବର୍ଷା ଲାଗି ରହିଥିବାରୁ ରାସ୍ତାସଫା କାମରେ ବାଧା ସୃଷ୍ଟି ହୋଇଛି । ରାସ୍ତାରେ ଫସି ରହିଥିବା ପ୍ରାୟ ୨୫୦୦ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ୧୩୦୦ ତୀର୍ଥଯାତ୍ରୀ ବାବା କେଦାରଙ୍କ ଦର୍ଶନ କରି ଫେରି ଆସିଥିଲେ। ଏନଡିଆରଏଫ ଓ ଏସଡିଆରଏଫ ମିଳିତ ପ୍ରୟାସରେ ଅନେକ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଏହି ରାସ୍ତା ମରାମତି ଲାଗି ପ୍ରାୟ ୨ରୁ ୩ ଦିନ ଲାଗିବ ବୋଲି କୁହାଯାଇଛି । ତେଣୁ ଏହି ସମୟରେ ଯାତ୍ରୀଙ୍କ ଅସୁବିଧା ଦୃଷ୍ଟିରୁ ନଆସିବାକୁ ସଚେତନ କରାଯାଇଛି ।












Click it and Unblock the Notifications