ଅଗଷ୍ଟ ୧୪ ପର୍ଯ୍ୟନ୍ତ କେଦାରନାଥ ଯାତ୍ରା ନିଷେଧ; ଯାତ୍ରୀଙ୍କ ପାଇଁ ପରାମର୍ଶ ଜାରି

ଉତ୍ତରାଖଣ୍ଡରେ କେଦାରନାଥ ଯାତ୍ରା ତିନି ଦିନ ପାଇଁ ଅସ୍ଥାୟୀ ଭାବେ ସ୍ଥଗିତ ରଖା ଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଏହି ଅଞ୍ଚଳରେ ପ୍ରବଳ ବର୍ଷା ନେଇ ରେଡ୍‌ ଆଲର୍ଟ ଜାରି କରାଯିବା ପରେ, ଯାତ୍ରାକୁ ତିନି ଦିନ ପାଇଁ ବାତିଲ କରି ଦିଆ ଯାଇଛି। ଜିଲ୍ଲା ପ୍ରଶାସନକୁ ହାଇ ଆଲର୍ଟରେ ରଖା ଯାଇଛି। ତୀର୍ଥଯାତ୍ରୀ ଓ ସ୍ଥାନୀୟ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବ୍ୟବସ୍ଥା କରାଯାଇଛି।

Kedarnath Yatra

କେଦାରନାଥ ଆସୁଥିବା ସବୁ ଯାତ୍ରୀଙ୍କ ପାଇଁ ଆଡଭାଇଜରୀ ଜାରି କରାଯାଇଛି। ଏଥିରେ ଯାତ୍ରୀଙ୍କୁ ଅନୁରୋଧ କରାଯାଇଛି ଯେ, ପାଣିପାଗର ଚେତାବନୀକୁ ଦେଖି ସେମାନେ ଯାତ୍ରାରୁ ନିବୃତ୍ତି ରୁହନ୍ତୁ। ଡିଏମ୍‌ ପ୍ରତୀକ ଜୈନ ଜିଲ୍ଲାର ସବୁ ବିଭାଗକୁ ଆଲର୍ଟ ମୋଡରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପାଣିପାଗ ବିଭାଗ ୧୨, ୧୩ ଓ ୧୪ ଅଗଷ୍ଟରେ ରୁଦ୍ରପ୍ରୟାଗ ସମେତ ଉତ୍ତରାଖଣ୍ଡର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷାର ଚେତାବନୀ ଦେଇଛି।

ଜିଲ୍ଲା ମାଜିଷ୍ଟ୍ରେଟ୍‌ ପ୍ରତୀକ ଜୈନ ଜଳାଶୟ ନିକଟରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି , ନଦୀର ଜଳସ୍ତର ଉପରେ ଲାଗାତାର ନଜର ରଖାଯାଇଛି। ପୁଲିସ ,ପବ୍ଲିକ୍‌ ୱାର୍କସ ବିଭାଗ ଓ ବିପର୍ଯ୍ୟୟ ପରିଚାଳନା ଦଳ ସମେତ ସମସ୍ତ ସରକାରୀ କର୍ମଚାରୀଙ୍କୁ ସତର୍କ ରହିବାକୁ କୁହାଯାଇଛି। ପାଗ ଅନୁକୂଳ ହେଲେ ଆମେ କେଦାରନାଥ ଯାତ୍ରା କେଦାରନାଥ ଯାତ୍ରା ପୁନଃଆରମ୍ଭ ସଂପର୍କରେ ଏକ ଅପଡେଟ୍‌ ଦେବୁ।

ଅଧିକାରୀ କହିଛନ୍ତି ଯେ, ୱାର୍ଣ୍ଣିଂ ସିଷ୍ଟମର ପରୀକ୍ଷଣ କରାଯାଇଛି। ସବୁ ଜାତୀୟ ରାଜମାର୍ଗର ଡେଞ୍ଜର ଜୋନ୍‌ରେ ୨୪ ଘଣ୍ଟା ଜେସିବି ଏବଂ ପୋକଲ୍ୟାଣ୍ଡ ମେସିନ ମୁତୟନ କରାଯାଇଛି। ଯାହାକି ରାସ୍ତା ଅବରୋଧ ହେଲେ ସେଗୁଡ଼ିକୁ ଶୀଘ୍ର ଖୋଲା ଯାଇ ପାରିବ। ବିପର୍ଯ୍ୟୟ ପରିଚାଳନା ଦଳ ଗୁଡ଼ିକୁ ନିରନ୍ତର ସଜାଗ ରହିବାକୁ ନିର୍ଦ୍ଦେଶ ଦିଆ ଯାଇଛି। ସାଧାରଣ ନାଗରିକ ଓ ଭକ୍ତଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ସବୁ ଆବଶ୍ୟକୀୟ ପଦକ୍ଷେପ ନିଆ ଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+