Get Updates
Get notified of breaking news, exclusive insights, and must-see stories!

ଖୋଲିଲା କେଦାରନାଥ ମନ୍ଦିର: ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ

Kedarnath Dham Doors Open:ଜୟ ଜୟ କାର ମଧ୍ୟରେ ଖୋଲିଲା ବାବା କେଦାରନାଥଙ୍କ ମନ୍ଦିର । ପରମ୍ପରା ଅନୁସାରେ ଆଜି ସକାଳେ ପଣ୍ତିତ ମାନଙ୍କ ମନ୍ତ୍ର ଉଚ୍ଚାରଣ ପରେ ଶୁଭ ମୁହୂର୍ତ୍ତରେ ବାବା କେଦାରନାଥଙ୍କ ମନ୍ଦିରର କବାଟ ଖୋଲା ଯାଇଥିଲା । ଦ୍ୱାର ଖୋଲିବା ପୂର୍ବରୁ ବହୁ ସଂଖ୍ୟାରେ ଭକ୍ତ ଦର୍ଶନ ପାଇଁ ଏକତ୍ରିତ ହୋଇଥିଲେ ।

ବ୍ରହ୍ମ ମୁହୂର୍ତ୍ତରେ ଗର୍ଭଗୃହରେ କେଦାରନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଯିବା ପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ କବାଟ ଖୋଲାଯାଇଥିଲା । ମନ୍ଦିରର କବାଟ ଖୋଲିବା ପୂର୍ବରୁ ଭଗବାନ ଶିବଙ୍କ ମନ୍ଦିରକୁ ପ୍ରାୟ ୨୦ କ୍ୱିଣ୍ଟାଲରୁ ଅଧିକ ଫୁଲରେ ସଜାଯାଇଥିଲା । ଆଜି ହଜାର ହଜାର ସଂଖ୍ୟାରେ ଭକ୍ତ ବାବା କେଦାରନାଥଙ୍କର ଦର୍ଶନ କରିଛନ୍ତି । ଦର୍ଶନ ପାଇଁ ଗଙ୍ଗୋତ୍ରୀ ଧାମର କବାଟ ଖୋଲିବା ପରେ ଚାରିଧାମ ଯାତ୍ରା ଆରମ୍ଭ ହୋଇଯାଇଛି ।

Kedarnath Dham

ହେଲେ ପ୍ରବଳ ତୁଷାରପାତକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସରକାର କେଦାରନାଥ ଧାମ ଯାତ୍ରା ପାଇଁ ପଞ୍ଜୀକରଣ ଆବେଦନ ଗ୍ରହଣ କରିବା ବନ୍ଦ କରି ଦେଇଛନ୍ତି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, କେଦାର ନାଥ ଯିବା ରାସ୍ତାରେ ପ୍ରବଳ ତୁଷାରପାତ ହେବାର ସତର୍କ ସୂଚନା ଜାରି କରାଯାଇଛି ।

 kedarnath

ଏହି ସ୍ଥାନରେ ଆସନ୍ତା ଏକ ସପ୍ତାହ ପାଇଁ ପାଗ ଅତ୍ୟନ୍ତ ଖରାପ ରହିବ । ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଆଲର୍ଟ ଯୋଗୁଁ ରାଜ୍ୟ ସରକାର କେଦାରନାଥ ଧାମ ଦର୍ଶନ ପାଇଁ ପଞ୍ଜୀକରଣ ବନ୍ଦ କରି ଦେଇଛନ୍ତି। କେଦାରନାଥରେ ପ୍ରବଳ ତୁଷାରପାତ ପାଇଁ ପ୍ରଶାସନ ଅନେକ ସମସ୍ୟାର ସମ୍ମୁଖୀନ ହେଉଛି ।

ଏପ୍ରିଲ ୨୭ ସକାଳ ୬.୧୦ରେ ବଦ୍ରିନାଥ ଧାମର ଦ୍ୱାର ଖୋଲାଯିବ । କେଦାରନାଥ ଧାମର ଦ୍ୱାର ଫିଟା ଯିବା ପରେ ଆଜିଠାରୁ ଏଠାରେ ହେଲି ସେବା ମଧ୍ୟ ଆରମ୍ଭ ହୋଇଯାଇଛି । ବିମାନ ଚଳାଚଳ କମ୍ପାନୀମାନେ କେଦାରଘାଟିର ଜାକଦାର, ଶେର୍ସି, ଫାଟା, ନାରାୟଣକୋଟି, ଜାମ୍ମୁ ଏବଂ ସୋନପ୍ରାୟାଗରୁ ତୀର୍ଥଯାତ୍ରୀଙ୍କ ପାଇଁ ହେଲି ସେବା ଆରମ୍ଭ କରିବେ । ଏହାପୂର୍ବରୁ ସୋମବାର ବିଭିନ୍ନ ହେଲିପ୍ୟାଡର ପରୀକ୍ଷା ଆରମ୍ଭ କରାଯାଇଛି ।

 kedarnath dham
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+