ଆଜିଠୁ ଖୋଲିଲା ବିଶ୍ୱପ୍ରସିଦ୍ଧ କେଦାରନାଥ ମନ୍ଦିର; ମନ୍ତ୍ର ଓ ବେଦ ଧ୍ୱନୀ ଉଚ୍ଚାରଣରେ କମ୍ପିଲା ମନ୍ଦିର ପରିସର
ଆଜିଠୁ ଖୋଲିଲା ବିଶ୍ୱପ୍ରସିଦ୍ଧ କେଦାରନାଥ ମନ୍ଦିରର କବାଟ । ଆଜି ପୂରା ରୀତିନୀତି ସହ ଭାରତ ଓ ବିଦେଶର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି କେଦାରନାଥ ଧାମର ଦ୍ୱାର । ଏହି ସମୟରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ ।
ହଜାର ହଜାର ଭକ୍ତଙ୍କ ଜୟ ଜୟକାର ମଧ୍ୟରେ ସକାଳ ୬ଟାରେ ମନ୍ଦିରର କବାଟ ଖୋଲିଛି। ଏହି ଅବସରରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଉପସ୍ଥିତ ଥିଲେ । ଏହାସହ ମନ୍ଦିରକୁ ୪୦ କ୍ୱିଣ୍ଟାଲ ଫୁଲରେ ସଜାଯାଇଥିଲା । ତେବେ ସକାଳେ ହଜାର ହଜାର ଭକ୍ତ କବାଟ ଖୋଲିବା ବେଳେ ଉପସ୍ଥିତ ଥିଲେ ।
ଧାମରେ ତୀର୍ଥଯାତ୍ରୀଙ୍କ ପାଇଁ ବିଶ୍ୱାସ ପଥ ନିର୍ମାଣ କରାଯାଇଛି । ଦ୍ୱାର ଖୋଲିବାର ପ୍ରଥମ ଦିନରେ ହଜାର ହଜାର ଶ୍ରଦ୍ଧାଳୁ ଧାମରେ ପହଞ୍ଚିଛନ୍ତି।
କେଦାରନାଥ ଧାମରେ ତୀର୍ଥଯାତ୍ରୀଙ୍କ ପାଇଁ ବିଶ୍ୱାସ ପଥ ନିର୍ମାଣ କରାଯାଇଛି । ସେହିପରି ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଧାମର ଦ୍ୱାର ମଧ୍ୟ ଆଜି ବିଦେଶରେ ଭକ୍ତଙ୍କ ପାଇଁ ଖୋଲାଯିବ। ଅନ୍ୟପଟେ ଆଜି କେଦାରନାଥ ଧାମ ଖୋଲୁଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଗତକାଲି ସୁଦ୍ଧା ଚାରି ଧାମ ଯାତ୍ରା ନିମନ୍ତେ ୨୨ ଲକ୍ଷ ଶ୍ରଦ୍ଧାଳୁ ନାମ ପଞ୍ଜୀକରଣ କରି ସାରିଛନ୍ତି ।

ନିର୍ଦ୍ଧାରିତ ମୁହୂର୍ତ୍ତ ଅନୁଯାୟୀ ରୀତିନୀତି ଓ ଧାର୍ମିକ ପରମ୍ପରା ଅନୁଯାୟୀ କେଦାରନାଥ ରାୱଲ ଭୀମଶଙ୍କର ଲିଙ୍ଗ, ମୁଖ୍ୟ ପୂଜକ ଶିବ ଶଙ୍କର ଲିଙ୍ଗ, ପ୍ରଶାସନ, ବିକେଟିସି ଅଧିକାରୀ ଏବଂ ସ୍ଥାନୀୟ ଲୋକ ଓ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଦ୍ୱାର ଖୋଲାଯାଇଥିଲା। ପ୍ରଶାସନ ଉପସ୍ଥିତିରେ ମୁଖ୍ୟ ଫାଟକର ତାଲା ଖୋଲାଯାଇଥିଲା। ଏହାପରେ ଗର୍ଭଗୃହର କବାଟ ଖୋଲାଯାଇଥିଲା। ରାୱଲ ଓ ମୁଖ୍ୟ ପୂଜକ ଗର୍ଭଗୃହରେ ପୂଜାର୍ଚ୍ଚନା କରିଥିଲେ।












Click it and Unblock the Notifications