ଆରମ୍ଭ ହେଲା ନିର୍ବାଚନୀ ପ୍ରଚାର: KCR କହିଲେ ବିକାଶ କାର୍ଯ୍ୟ ଜାରି ରହିଛି, ପ୍ରତିଶୃତି ପୂରଣ କରୁନାହିଁ ବିଜେପି...
Telangana assembly election 2023: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ବିଆରଏସ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ପ୍ରଚାର ଆରମ୍ଭ କରିଦେଇଛନ୍ତି । କ୍ରମାଗତ ତୃତୀୟ ଥର କ୍ଷମତାକୁ ଆସିବା ପାଇଁ କେସିଆର ବିଶାଳ ଜନ ସଭା, ସମାବେଶ ଏବଂ ଜନସମ୍ପର୍କ ଆୟୋଜନ କରୁଛନ୍ତି ।
ଏଟଚେମପ୍ପଟରେ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିବା ସମୟରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ତାଙ୍କ ସରକାରଙ୍କ ସଫଳତା ଏବଂ ବିକାଶ କାର୍ଯ୍ୟକୁ ଗଣାଇବା ସହ ବିଆରଏସ ସରକାରଙ୍କ ସହିତ ସହ ତୁଳନା କରିଥିଲେ। ଏହା ସହିତ କେସିଆର ତେଲେଙ୍ଗାନାକୁ ବିରୋଧୀ ଦଳ ଦ୍ୱାରା ଶାସିତ ରାଜ୍ୟଗୁଡ଼ିକ ସହିତ ମଧ୍ୟ ତୁଳନା କରିଥିଲେ।

ଗଣତାନ୍ତ୍ରିକ ପ୍ରକ୍ରିୟାରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଗୁରୁତ୍ୱ ଦେଇ କେସିଆର ଭୋଟରଙ୍କୁ କହିଛନ୍ତି ଯେ, ବର୍ତ୍ତମାନ ସମୟ ହେଉଛି ତେଲେଙ୍ଗାନାବାସୀଙ୍କ ରାଜ୍ୟର ଅଗ୍ରଗତିରେ ଯୋଗଦାନ କରିବାର ସମୟ। ଆପଣ ଭୋଟ୍ ଦେବା ପୂର୍ବରୁ, ଦୟାକରି BRS ଶାସନ ତୁଳନାରେ ପୂର୍ବ ସରକାରଙ୍କ କାର୍ଯ୍ୟଦକ୍ଷତାକୁ ମୂଲ୍ୟାଙ୍କନ କରନ୍ତୁ ।
ସେ ଆହୁରି କହିଛନ୍ତି ଯେ, ବହୁ ସଂଘର୍ଷ ପରେ ଆମେ ଏକାଠି ତେଲେଙ୍ଗାନା ରାଜ୍ୟ ହାସଲ କରିଛୁ। ଗତ ୯ ବର୍ଷ ମଧ୍ୟରେ ମୁଁ ତେଲେଙ୍ଗାନାର ପ୍ରଗତିରେ ମୋର ସମ୍ପୂର୍ଣ୍ଣ ଅବଦାନ ରଖିଛି। ବର୍ତ୍ତମାନ ରାଜ୍ୟର ବିକାଶ ଜାରି ରହିଛି । କେସିଆର ଆହୁରି କହିଛନ୍ତି, କୌଣସି ଦ୍ୱିଧା ସମଗ୍ର ତେଲେଙ୍ଗାନା ରାଜ୍ୟ ବିକାଶର ବିନାଶ ଘଟାଇପାରେ।
ସେହିପରି ଏହି ସଭାରେ ମୁଖ୍ୟମନ୍ତ୍ରୀ କେସିଆର ମନେ ପକାଇ ଦେଇଥିଲେ ଯେ ତେଲେଙ୍ଗାନାବାସୀଙ୍କୁ ପାନୀୟ ଜଳ ଏବଂ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଦେଇଥିବା ପ୍ରତିଶୃତିକୁ ତାଙ୍କର ସପକାର ପୂରଣ କରିଛି। ବିଜେପିକୁ ସମାଲୋଚନା କରି ସେ କହିଛନ୍ତି ଯେ, ରାଜ୍ୟରେ ନିର୍ବାଚନ ସମୟରେ ବିଜେପି ପ୍ରତିଶ୍ରୁତି ଦେବ କିନ୍ତୁ ଯେଉଁ ରାଜ୍ୟରେ ବିଜେପି କ୍ଷମତାରେ ଅଛି ସେହି ରାଜ୍ୟଗୁଡ଼ିକରେ ଦେଇଥିବା ଗୁରୁତ୍ୱପୂର୍ଣ୍ଣ ପ୍ରତିଶ୍ରୁତିକୁ ପୂରଣ କରିବାରେ ବିଫଳ ହୋଇଛି।
ଏହା ସହିତ କେସିଆର ଏହି ବୈଠକରେ ଉପସ୍ଥିତ ଭୋଟରଙ୍କୁ ପଚାରିଥିଲେ ଯେ ସେମାନେ ରାଜ୍ୟରେ ଧାନ ଉତ୍ପାଦନରେ ହ୍ରାସ ଦେଖିବାକୁ ଚାହୁଁଛନ୍ତି କି, ଯାହା ବର୍ତ୍ତମାନର ସରକାରଙ୍କ କାର୍ଯ୍ୟକାଳରେ ୩ କୋଟି ଟନ୍ ଅଟେ ଏବଂ ସରକାର 4 ଟନ୍ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହାର ଜବାବରେ ବୈଠକରେ ଉପସ୍ଥିତ ଭୋଟରମାନେ କେସିଆର ବିଜୟ ପାଇଁ ସ୍ଲୋଗାନ ଦେଇଥିଲେ ।












Click it and Unblock the Notifications