କାୟା ବିସ୍ତାର କରୁଛି ଏଚଏମପିଭି ; ୮୦ ବର୍ଷୀୟ ବୃଦ୍ଧଙ୍କ ଆସିଲା ପଜିଟିଭ୍ ରିପୋର୍ଟ
ଗୁଜୁରାଟର ଅହମ୍ମଦାବାଦରେ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ଏଚଏମପିଭି ପଜିଟିଭ୍ ଆସିଛି। ତାଙ୍କୁ ଏକ ପ୍ରାଇଭେଟ୍ ହସ୍ପିଟାଲରେ ଭର୍ତ୍ତି ଚିକିତ୍ସା କରାଯାଉଛି । ଅହମ୍ମଦାବାଦରେ ଏହା ଦ୍ବିତୀୟ ମାମଲା ବୋଲି କୁହାଯାଉଛି । ଅହମ୍ମଦାବାଦ ମ୍ୟୁନିସିପାଲ କର୍ପୋରେସନ ଏକ ବିବୃତ୍ତି ଜାରି କରି କହିଛି ଯେ ବୃଦ୍ଧ ରୋଗୀଙ୍କ ବିଦେଶ ଯାତ୍ରାର କୌଣସି ରେକର୍ଡ ନାହିଁ।

ତାଙ୍କ ଅବସ୍ଥା ଖରାପ ହେବା ପରେ, ରୋଗୀଙ୍କୁ ବୁଧବାର (ଜାନୁଆରୀ ୮) ଦିନ ଅହମ୍ମଦାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ HMPV ପରୀକ୍ଷା ପାଇଁ ତାଙ୍କ ନମୁନା ନିଆଯାଇଥିଲା। ଗୁରୁବାର (ଜାନୁଆରୀ ୯) ତାଙ୍କର ପରୀକ୍ଷା ପଜିଟିଭ୍ ଆସିଥିଲା। ସେ ମଧ୍ୟ ଶ୍ୱାସରୋଗରେ ପୀଡିତ। ତଥାପି, ରୋଗୀଙ୍କ ଅବସ୍ଥା ଏବେ ସ୍ୱାଭାବିକ ଅଛି। ବୃଦ୍ଧଙ୍କ ନମୂନା ପୁଣି ଥରେ ପରୀକ୍ଷା ପାଇଁ ବିଜି ମେଡିତାଲ କଲେଜ୍ ଏବଂ ଗାନ୍ଧିନଗର ସ୍ଥିତି GBRCକୁ ପଠାଯାଇଛି ।
ଗୁଜରାଟର ପ୍ରଥମ HMPV ମାମଲା ଜାନୁଆରୀ ୬ ତାରିଖରେ ଆସିଥିଲା। ରାଜସ୍ଥାନର ଏକ ଦୁଇ ମାସର ଏକ ଶିଶୁଠାରେ ଏହି ଭାଇରସର ଲକ୍ଷଣ ଦେଖିବାକୁ ମିଳିଥିଲା, ଯାହା ପରେ ତାଙ୍କର ପରୀକ୍ଷା ପଜିଟିଭ୍ ବାହାରିଥିଲା। ପରେ ଏକ ପ୍ରାଇଭେଟ୍ ହସ୍ପିଟାଲରେ ଶିଶୁକୁ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା। ଏବେ ନବାଜାତକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଥିବା ଜଣାପଡ଼ିଛି।
ଏହାଛଡ଼ା ସାବରକାଣ୍ଟା ଜିଲ୍ଲାରେ ଜଣେ ୭ ବର୍ଷୀୟ ଛୋଟ ପିଲା ଠାରେ HMPV ପଜିଟିଭ୍ ଆସିଥିଲା । ଶିଶୁ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି । HMPV ଅର୍ଥାତ୍ ହ୍ୟୁମାନ୍ ମେଟାପ୍ନ୍ୟୁମୋଭାଇରସ୍ ପ୍ରଥମେ ୨୦୦୧ ମସିହାରେ ଚିହ୍ନଟ ହୋଇଥିଲା। ଏହା ପାରାମିକ୍ସୋଭିରିଡେ ପରିବାରର।












Click it and Unblock the Notifications